www.samajalive.in
Saturday, December 6, 2025
16.1 C
Bhubaneswar

ଜମ୍ମୁରେ କଂଗ୍ରେସ,ଏନସି ଓ ପିଡିପି ମେଣ୍ଟ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଚାଲିଥିବା ରାଜ୍ୟପାଳ ଶାସନର ଜବନିକା ଖୁବ୍‍ ଶୀଘ୍ର ପଡ଼ିବାକୁ ଯାଉଛି। ରାଜ୍ୟରେ କଂଗ୍ରେସ, ନ୍ୟାସନାଲ କନଫରେନ୍ସ ଓ ପିଡିପି ମେଣ୍ଟ କରି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବାର ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।
ରାଜ୍ୟରେ ଦୀର୍ଘ ୬ମାସରୁ ଊଦ୍ଧ୍ୱର୍ ସମୟ ଧରି ରାଜ୍ୟପାଳ ଶାସନ ବଳବତ୍ତର ରହିଛି।ତେଣୁ ପୁଣି ଗଣତାନ୍ତ୍ରିକ ଶାସନ ପାଇଁ ରାଜନୈତିକ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ମେଣ୍ଟ ପାଇଁ କଂଗ୍ରେସ ହାଇକମାଣ୍ଡର ସବୁଜ ସଙ୍କେତ ମିଳି ଯାଇଛି। ଗୁରୁବାର ଏ ସମ୍ପର୍କରେ ୩ ରାଜନୈତିକ ଦଳ ଘୋଷଣା କରିବାର ସମ୍ଭାବନା ରହିଛି। ଅବଶ୍ୟ ପିଡିପି ଓ କଂଗ୍ରେସ ନ୍ୟାସନାଲ କନଫରେନ୍ସକୁ ବାହାରୁ ସମର୍ଥନ ଦେବେ ବୋଲି ସୂଚନା ମିଳିଛି।
ଗତ ଜୁନ୍‍ରେ ରାଜ୍ୟରେ ରାଜନୈତିକ ସଙ୍କଟ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟପାଳ ଶାସନର ଅନୁମତି ପ୍ରଦାନ କରିଥିଲେ। ବିଜେପି ଓ ପିଡିପି ମେଣ୍ଟ ଭାଙ୍ଗିବା ପରେ ରାଷ୍ଟ୍ରପତି ରାଜ୍ୟର ସ୍ଥିତି ସୁଦୃଢ କରିବାକୁ ଏଭଳି ନିର୍ଦେଶ ପ୍ରଦାନ କରିଥିଲେ। କାଶ୍ମୀରରେ ପିଡିପି ଓ ବିଜେପି ମେଣ୍ଟ ଭାଙ୍ଗିବା ପରେ କଂଗ୍ରେସ ଓ ପିଡିପି ମେଣ୍ଟକୁ କଂଗ୍ରେସ ଅସ୍ୱୀକାର କରିଥିଲା। ଫଳରେ ଉକ୍ତ ରାଜ୍ୟରେ ରାଜ୍ୟପାଳ ଶାସନ ବିକଳ୍ପ ପାଲଟିଥିଲା। ଜମ୍ମୁ କାଶ୍ମୀରରେ ମୋଟ୍‍ ୮୭ଟି ବିଧାନସଭା ଆସନ ରହିଥିବାବେଳେ ତନ୍ମଧ୍ୟରୁ ପିଡିପି ୨୮, ବିଜେପି ୨୫, ନ୍ୟାସନାଲ କନଫରେନ୍ସ ୧୫, କଂଗ୍ରେସ ୧୨, ଜେକେପିସି ୨, ସିପିଏମ ୧, ଜେକେପିଡିଏପ ୧ ଓ ନିର୍ଦଳୀୟ ୩ବିଧାୟକ ରହିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories