www.samajalive.in
Sunday, December 7, 2025
26.1 C
Bhubaneswar

ଶନିବାର ରାଶିଫଳ(୨୯ ଅଗଷ୍ଟ ୨୦୨୦)

ମେଷ: ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ଚଳାଇ ସାଧନାରେ ସିଦ୍ଧିପ୍ରାପ୍ତ ହେବେ। କାର୍ଯ୍ୟର ସଫଳ ରୂପାୟାନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ପାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବୃଷ: ଧନକ୍ଷୟ ହେବାର ସମ୍ଭାବନା ଅଛି। ସ୍ବାଭିମାନୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପରଧନରେ ଧନୀ ହେବାକୁ ପ୍ରୟାସ ଜାରି ରଖିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।
ମିଥୁନ: ସୁଖକର ଘଟଣାମାନ ଘଟିବା ା କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ପ୍ରମାଦହୀନ ଅଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପତ୍ନୀଙ୍କ ପ୍ରେରଣା ଆପଣଙ୍କୁ ଗତିଶୀଳ କରିବ।
କର୍କଟ: ବଳବାନ୍‌ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭ ଖବର ପାଇ ଖୁସି ହେବେ। ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଋଣ ପରିଶୋଧ କରି ଅଶ୍ବସ୍ତ ହେବେ।
ସିଂହ: ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରୀ ସମ୍ମାନ ମିଳିବ। ମାନସିକ ଅଶାନ୍ତି ଦୂରହେବ।
କନ୍ୟା: ଅର୍ଥପ୍ରାପ୍ତି ପାଇଁ କଠିନ ଶ୍ରମ ସ୍ବୀକାର କରିପାରନ୍ତି। କେତେକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ଘଟିପାରେ। କର୍ତ୍ତବ୍ୟନିଷ୍ଠ ହେବେ। ମାନସିକ ଅଶାନ୍ତି ଦୂର ହେବ। କନ୍ୟାସନ୍ତାନଙ୍କ ଦ୍ବାରା ବିଶେଷ ଉପକୃତ ହେବେ।
ତୁଳା: ଜିଦ୍‌ଖୋର ମନୋବୃତ୍ତିର ହେବେ। କଳେ, ବଳେ କୌଶଳେ କାର୍ଯ୍ୟ ହାସଲ କରିପାରନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ନିର୍ବିଘ୍ନରେ ସମ୍ପାଦନ କରିପାରନ୍ତି। ଦେବଦର୍ଶନର ସୌଭାଗ୍ୟ ଅଛି। ସରକାରୀ ଲାଭ ମିଳିବ।
ବିଛା: ଗୁରୁକଲ୍ୟାଣ ପାଇଁ କର୍ମକ୍ଷେତ୍ରରେ ଆଗକୁ ବଢ଼ିବେ। କଠିନ ଶ୍ରମର ସମ୍ମୁଖୀନ ହେବେ ଓ ତା’ର ମୂଲ୍ୟ ମିଳିବ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ନୀତିନିଷ୍ଠ ହେବେ। ପରକୁ ଆପଣାର କରିବେ।
ଧନୁ: ନିର୍ଭରଶୀଳ ନହୋଇ ସ୍ବାଧୀନ ଚିନ୍ତାଧାରାରେ କାର୍ଯ୍ୟ କରିବେ। ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ତୃପ୍ତିକର ଭୋଜନ ମିଳିବ। ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ମହତ ହେବ।
ମକର: ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ଧର୍ମକାର୍ଯ୍ୟରେ ଅଧିକ ବ୍ୟୟ ହେଲେ ବି; ଆନନ୍ଦ ଉପଭୋଗ କରିବେ। ମଧୁର ଭାଷା ଓ ବଚନ ମଧୁର କହି ପରକୁ ଆପଣାର କରିବେ। କର୍ମଚଞ୍ଚଳ ହେବେ।
କୁମ୍ଭ: ସୁସମ୍ବାଦ ପାଇ ଖୁସି ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ବିଭାଗୀୟ ଅର୍ଥପ୍ରାପ୍ତ ହେବେ।
ମୀନ: ବାଣିଜ୍ୟ କାରବାର ଭଲରେ ଚାଲିବ। ଶୁଭ ସମୟ ପାଇଁ ଉତ୍‌ଫୁଲ୍ଲିତ ହେବେ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ କରିପାରନ୍ତି। ବିବାଦରେ ବିଜୟୀ ହେବେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories