www.samajalive.in
Tuesday, December 9, 2025
15.1 C
Bhubaneswar

ସାତକୋଶିଆରେ ଜାରି ରହିଛି କୁମ୍ଭୀର ଓ ପକ୍ଷୀ ଗଣନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆରେ କୁମ୍ଭୀର ଓ ପକ୍ଷୀ ଗଣନା କରାଯାଉଛି। ମହାନଦୀ, ସାତକୋଶିଆ ଓ ଆଠମଲ୍ଲିକ ବନ୍ୟପ୍ରାଣୀ ଡିଭିଜନର ମୋଟ ୧୪ ଟି ଦଳ ବିଭିନ୍ନ ଜାଗାକୁ ଡଙ୍ଗାରେ ଯାଇ କୁମ୍ଭୀର ଗଣନା କରୁଛନ୍ତି। ବନ ବିଭାଗର ୧୪ଟି ଦଳ ମଧ୍ୟ ନିୟୋଜିତ ହୋଇଛନ୍ତି। ୫୬ଜଣ ବନ କର୍ମଚାରୀଙ୍କୁ ଏହି ଦଳରେ ସାମିଲ କରାଯାଇଛି। ସାତକୋଶିଆ ମହାନଦୀ ଗଣ୍ଡରେ ୨୩ କିଲୋମିଟର ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ ବୋଲି ସୂଚନା ମିଳିଛି। କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ସାତକୋଶିଆ ମହାନଦୀ ଗଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବନ୍ଦ କରାଯାଇଛି। କୁମ୍ଭୀର ଗଣନା ପରେ ୧୦ ତାରିଖରେ ପକ୍ଷୀ ଗଣନା ଆରମ୍ଭ ହେବ। ଗଣନା କାର୍ଯ୍ୟରେ ମୋବାଇଲ ଟ୍ରାକିଂ, ଜିପିଏସ, ବାଇନାକୁଲାର ଏବଂ ସ୍ୱତନ୍ତ୍ର କ୍ୟାମେରା ବ୍ୟବସ୍ଥା କରାଯାଇଥିବା ସାତକୋଶିଆ ଡିଏଫଓ ସରୋଜ ପଣ୍ଡା ସୂଚନା ଦେବା ସହ ଗଣନା କାର୍ଯ୍ୟର ତଦାରଖ କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories