ଚେନ୍ନାଇ: ଦୀର୍ଘ ୧୪ ବର୍ଷ ଧରି ନିରବଛିନ ଭାବେ ସେବା ଯୋଗାଇବା ପରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ-ଇସ୍ରୋ ଯୋଗାଯୋଗ ଉପଗ୍ରହ ‘ଇନସାଟ-୪ବି’କୁ ଡି-କମିଶନ ବା ସେବା ନିବୃତ କରିଛି କରିଛି। ଇସ୍ରୋ ପକ୍ଷରୁ ଜାରି ଏକ ବିବୃତ୍ତିରେ ସୂଚନା ଦିଆଯାଇଛି ଯେ ମହାକାଶର ବାହ୍ୟ ଅଂଚଳକୁ ଦୀର୍ଘସ୍ଥାୟୀ ରଖିବା ପାଇଁ ଭାରତର ନିରନ୍ତର ପ୍ରୟାସ ସ୍ୱରୂପ ‘ଇନସାଟ-୪ବି’କୁ ୧୪ ବର୍ଷ ପରେ ଗତ ଜାନୁଆରୀ ୨୪ରେ ନଷ୍ଟ କରିଦିଆଯାଇଛି। ଜାତିସଂଘ ଏବଂ ଇଣ୍ଟର ଏଜେନ୍ସି ସ୍ପେସ୍ ଡେବ୍ରିସ୍ କୋଡିନେସନ କମିଟି ନିୟମ ମୁତାବକ ଏଭଳି ପଦକ୍ଷେପ ନିଆଯାଇଛି।
ଇନସାଟ-୪ବି ହେଉଛି ୨୧ତମ ଭାରତୀୟ ଭୌଗଳିକ ଉପଗ୍ରହ ଓ ୨୦୦୭ ମାର୍ଚ୍ଚ ୧୨ରେ ଡିଟିଏଚ ଏବଂ ଅନ୍ୟାନ୍ୟ ଯୋଗାଯୋଗ ସେବା ପ୍ରଦାନ କରିବା ପାଇଁ ଫ୍ରେଞ୍ଚ ଗୁଏନାରୁ ଆରିଏନ୍ -୫ ଲଞ୍ଚ ଯାନ ବ୍ୟବହାର କରି ଉତକ୍ଷେପଣ କରାଯାଇଥିଲା। ପ୍ରାୟ ୧୪ ବର୍ଷ କକ୍ଷପଥରେ ନିରନ୍ତର କାର୍ଯ୍ୟ କରିବା ପରେ, ‘ଇନସାଟ-୪ବି’ର ‘ସି’ ବ୍ୟାଣ୍ଡ ଏବଂ ‘କୁ’ ବ୍ୟାଣ୍ଡ ପେଲୋଡ୍ ସେବା ଆରମ୍ଭ ହେବା ପୂର୍ବରୁ ଅନ୍ୟ ଜିସାଟଗୁଡ଼ିକୁ ନିରବିଚ୍ଛିନ୍ନ ଭାବରେ ସ୍ଥାନାନ୍ତରିତ କରାଯାଇଥିଲା।



