www.samajalive.in
Saturday, December 6, 2025
14.1 C
Bhubaneswar

କୁଶପଙ୍ଗୀ ପଞ୍ଚାୟତରେ ବିଜେଡିର ମିଶ୍ରଣପର୍ବ

ବାଙ୍କୀ : ବୁଧବାର ଦିନ ବାଙ୍କୀ ବିଜେଡି କାର୍ଯ୍ୟାଳୟରେ କୁଶପଙ୍ଗୀ ପଞ୍ଚାୟତର ଅନ୍ୟଦଳର ୫ଜଣ ଯୁବକ ସ୍ୱଇଚ୍ଛାରେ ବିଜୁ ଜନତା ଦଳରେ ଯୋଗଦେଇଥିବା ସୂଚନା ମିଳିଛି। ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୁବକ ଦିନବନ୍ଧୁ ସ୍ୱାଇଁ,ପ୍ରତାପ ନାୟକ,ମାନସ ନାୟକ,ଶ୍ରୀଧର ବେଉରା ଏବଂ ମହେନ୍ଦ୍ର ବେଉରାଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ବିଜୁ ଜନତା ଦଳକୁ ସ୍ୱାଗତ କରିଛନ୍ତି। ଏହି ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ସୁବାଷ ପାଢୀ,ନରେଶ ବେଉରା,ଅସିତ୍ ଜେନା,ଗଗନ ବେଉରା,ହରମୋହନ ବଳବନ୍ତରରାୟ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଏହି ମିଶ୍ରଣ କୁଶପଙ୍ଗୀ ପଞ୍ଚାୟତରେ ବିଜୁ ଜନତା ଦଳ ସପକ୍ଷରେ ସକ୍ରିୟ କାର୍ଯ୍ୟ ପଥା ବଢାଇବ ବୋଲି ଦଳୀୟ କର୍ମୀ ମାନେ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories