www.samajalive.in
Saturday, December 6, 2025
16.1 C
Bhubaneswar

ବାରଖଣ୍ଡିଆରେ ବିଧାୟକଙ୍କ ଦ୍ୱାରା ନିର୍ବାଚନୀ ସଭା

ଝୁମ୍ପୁରା: ଝୁମ୍ପୁରା ବ୍ଲକର ୧୭ ନମ୍ବର ଜୋନର ବାରଖଣ୍ଡିଆ ଗ୍ରାମଠାରେ ବିଜେପି ପକ୍ଷରୁ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ସଦର ବିଧାୟକ ତଥା ବିରୋଧି ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝି ଏହି ନିର୍ବାଚନୀ ସଭାରେ ଯୋଗଦାନ କରି ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ କିପରି ଜନହିତକର ଯୋଜନା କରିଛନ୍ତି ଏହାସହିତ କେନ୍ଦ୍ର ସରକାରଙ୍କ ତରଫରୁ ଗୃହିଣୀଙ୍କ ନିମନ୍ତେ ମାଗଣାରେ ଉଜ୍ଜଳା ଗ୍ୟାସର ସୁବିଧା କରିବା ସହିତ ଗ୍ରାମକୁ ଗ୍ରାମ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଓ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରତିଘରେ ପାଇଖାନା ନିର୍ମାଣ କରି ଗ୍ରାମାଞ୍ଚଳରେ ରହିଥିବା ଅସୁବିଧାକୁ ଦୂର କରିପାରିଛନ୍ତି ବୋଲି କହିଥିଲେ। କେନ୍ଦ୍ରରେ ରହିଥିବା ମୋଦୀ ସରକାରଙ୍କ ହାତ ମୁଠାକୁ ଟାଣ କରିବାକୁ ହେଲେ ବିଜେପି ଦଳରୁ ଛିଡା ହୋଇଥିବା ଜିଲାପରିଷଦ ପ୍ରାର୍ଥିନୀଙ୍କୁ ବିଜୟ କରିବା ପାଇଁ ଭୋଟରଙ୍କୁ ନିବେଦନ କରିଥିଲେ। ଏହି ସଭାରେ ଉପସ୍ଥିତ ରହିଥିଲେ ଜିଲା ସାଧାରଣ ସଂପାଦକ ଅନୁବ୍ରତ ବେହେରା, ମହେନ୍ଦ୍ର ପଟ୍ଟନାୟକ, ପଞ୍ଚାନନ ସାହୁ, ଅନିଦ୍ୟ ବେହେରା, ଅଖିଳଚନ୍ଦ୍ର ନାଏକ, ଏହି ଜୋନର ଜିଲାପରିଷଦ ପ୍ରାର୍ଥିନୀ ଅନିତା ମାର୍ଣ୍ଣି ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମକୁ ଏହି ଜୋନର ବିଜେପି ଦଳର ସକ୍ରିୟ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories