mission shakti banner

ଟେଲିଫୋନ୍ ଟାୱାରରେ ଚଢି ଯୁବକଙ୍କ ଚେତାବନୀ

BSKY banner  750×100

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ପ୍ରହଲ୍ଲାଦ ଗୋଚ୍ଛିଙ୍କ ପୁଅ ମଳୟରଂଜନ ଗୋଚ୍ଛି(୨୩) ବୁଧବାର ଦିନ ଭୋରୁ ଏକ ସୁଉଚ୍ଛ ଟେଲିଫୋନ୍  ଟାୱାରରେ ଚଢି ଅନ୍ୟକୁ ଭୟଭିତ କରିବା ସହିତ ସ୍ଥାନୀୟ ପ୍ରଶାସନକୁ ଚେତାବନୀ ଦେଇ ଦୀର୍ଘ ୫ଘଣ୍ଟା ଧରି ଟାଓାର ଉପରେ ବସିରହିଥିଲେ। ଖବର ପାଇ ଘଟଣାସ୍ଥଳରେ ବାଙ୍କୀ ପୁଲିସ ପ୍ରଶାସନ,ଡମପଡା ତହସିଲଦାର,ଡମପଡା ଓ ଆଠଗଡର ଅଗ୍ନିଶମ ବିଭାଗ ପହଁଚି ଯୁବକକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଅନ୍ୟାୟ,ଅନିତି,ଦୁର୍ନିତୀ ଏବଂ ନିଜେ ପାଇନଥିବା ହକ୍ ଦାବି ହାସଲ ପାଇଁ ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି। ବାଙ୍କୀ-ଡମପଡା ତହସିଲଦାର କ୍ଷିତିଶ କୁମାର ବେହେରା ଆତ୍ମହତ୍ୟା ପାଇଁ  ଟାୱାରରେ ଚଢି ଉଦ୍ୟମ କରିଥିବା ଯୁବକକୁ ତୁମର ସମସ୍ତ କଥାକୁ ଦୃଷ୍ଟି ଦିଆଯିବ ପ୍ରତିଶ୍ରୁତି ଦେଲା ପରେ ଯୁବକ  ଟାୱାରରୁ ଓହ୍ଲାଇଛି। ତହସିଲ ପକ୍ଷରୁ ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇ ବାଙ୍କୀ ପୁଲିସ ହେପାଜତରେ ଯୁବକଙ୍କୁ ତାଙ୍କ ପରିବାର ଜିମା ଦିଆଯାଇଛି। ଯୁବକ ପରବର୍ତ୍ତୀ ଅବସ୍ଥାରେ ଏଭଳି ପଦକ୍ଷେପ ଗ୍ରହଣ କରିବେ ନାହିଁ ବୋଲି ଲିଖିତ ଭାବରେ ଡମପଡା ତହସିଲଦାର ଓ ବାଙ୍କୀ ପୁଲିସକୁ ପ୍ରଦାନ କରିଛନ୍ତି।

Comments are closed.