ସାଟେଲାଇଟରୁ ମିଳିଥିବା ଛବିରୁ ସ୍ପଷ୍ଟ :ବାୟୁସେନା ଆକ୍ରମଣରେ ଆତଙ୍କବାଦୀ ଶିବିର ନଷ୍ଟ !

0

ନୂଆଦିଲ୍ଲୀ ..-  ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖା ପାର ହୋଇ ପାକିସ୍ତାନ ଅଧିକୃତ ଜାମ୍ମୁ-କାଶ୍ମୀରରେ ବୋମା ବର୍ଷା କରିଥିଲା । ବାଲାକୋଟରେ ବାୟୁସେନାର ଯୁଦ୍ଧ ବିମାନ ମିରାଜ୍‌-୨୦୦୦  , ଇସ୍ରାଇଲ୍‌ ନିର୍ମିତ ସ୍ପାଇସ୍‌-୨୦୦୦ ବୋମା କ୍ଷେପଣ କରିଥିଲେ । ଏହାର ଓଜନ ଏକହଜାର କିଲୋଗ୍ରାମ । ଏହି ବୋମା ଲେଜ୍‌ର ଗାଇଡେଡ୍‌ ହୋଇଥିବା ବେଳେ ଛାତ କଣା କରି ବିସ୍ଫୋରଣ ହୋଇଥାଏ।  ଏହି ବୋମା ମାଡରେ ଆତଙ୍କବାଦୀ ଶିବିରର ମୁଖ୍ୟ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ  ଭାବେ ନଷ୍ଟ ହୋଇଯାଇଥିବା ସାଟାଲାଇଟ୍‌(କୃତ୍ରିମ ଉପଗ୍ରହ) ରୁ ଉଠାଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରାରୁ ସ୍ପଷ୍ଟ ହୋଇଛି । ଆକ୍ରମଣକୁ ନେଇ ଭାରତରେ ତର୍କ ବିତର୍କ ଚାଲିଥିବା ବେଳେ ଏକ ଅନ୍ତର୍ଜାତୀୟ ସଂସ୍ଥାର ସାଟେଲାଇଟ୍‌ ଫଟୋ ଏହି ଆକ୍ରମଣରେ ଆତଙ୍କବାଦୀ ଶିବର ନଷ୍ଟ ହୋଇଥିବା ସ୍ପଷ୍ଟ କରୁଛି ।

ପୁଲଓ୍ୱମାରେ ଆତଙ୍କବାଦୀ ଆକ୍ରମଣରେ ସିଆର୍‌ପିଏଫ୍‌ର ୪୦ ଜଣ ଯବାନ୍‌ ସହିଦ ହୋଇଥିଲେ । ଏହାପରେ ୨୬ ଫେବ୍ରୁଆରୀ ଭୋର୍‌ ୩ଟା୩୦ସମୟରେ ଭାରତୀୟ ବାୟୁସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍‌-୨ କରାଯାଇଥିଲା ।  ବାଲାକୋଟରେ ଆତଙ୍କବାଦୀଙ୍କ ୬ଟି ଶିବିର ଥିବା ଗୁଇନ୍ଦା ସୂଚନା ମିଳିଥିଲା । ଏହି ସମୟରେ  ରାଷ୍ଟ୍ରୀୟ ବୈଷୟିକ ଅନୁସନ୍ଧାନ ସଙ୍ଗଠନ(ଏନ୍‌ଟିଆର୍‌ଓ)ର ସହାୟତା ନିଆଯାଇଥିଲା । ରାଷ୍ଟ୍ରୀୟ ବୈଷୟିକ ଅନୁସନ୍ଧାନ ସଙ୍ଗଠନ(ଏନ୍‌ଟିଆର୍‌ଓ)ପକ୍ଷରୁ ବାୟୁସେନାର ଆକ୍ରମଣ ରାତିରେ ସେହିସ୍ଥାନରେ ୩ଶହ ମୋବାଇଲ୍‌ ଫୋନ୍‌ କ୍ରିୟାଶୀଳ ଅବସ୍ଥାରେ ଥିବା କଥା ସୂଚନା ଦିଆଯାଇଥିଲା । ଏହାପରେ ମିଳିଥିବା ଗୁଇନ୍ଦା ରିପୋର୍ଟ ଆଧାରରେ ସେଠାରେ ବାୟୁସେନାର ଯୁଦ୍ଧ ବିମାନ ମିରାଜ୍‌-୨୦୦୦ ବୋମା ବର୍ଷା କରିଥିଲେ । ସାଟେଲାଇଟ୍‌ର ଛବିରୁ  ଆତଙ୍କବାଦୀ ଶିବିର ଏକ ଧ୍ୱଂସ ସ୍ତୁପରେ ପରିଣତ ହେବାପରି  ଦିଶୁଛି । ତେବେ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ ।

Leave A Reply