www.samajalive.in
Saturday, December 6, 2025
15.1 C
Bhubaneswar

ସାତକୋଶିଆ ଗଣ୍ଡରେ ଜନ୍ମନେଲେ ୨୯ ଘଡିଆଳ ଶାବକ 

ହରଭଙ୍ଗା : ବିରଳ ପ୍ରଜାତିର ଘଡିଆଳ କୁମ୍ଭୀର ପାଇଁ ପରିଚିତ ସାତକୋଶିଆ ଆଣିଛି ଆଉ ଏକ ଖୁସି ଖବର । ଗତ ୧୮ ତାରିଖରେ ସାତକୋଶିଆର ବଳଦମଡା ନିକଟରେ ଏକ ମାଈ ଘଡିଆଳ କୁମ୍ଭୀର ୨୯ଟି ଶାବକକୁ ଜନ୍ମ ଦେଇଛି । ୪୦ବର୍ଷର ବ୍ୟବଧାନ ପରେ ଏଥରକୁ ମିଶାଇ ଲଗାତର ୫ମ ଥର ପ୍ରାକୃତିକ ଆବସ ସ୍ଥଳୀରେ ଅଣ୍ଡା ଫୁଟାଇଛି ମା ଘଡିଆଳ । ଏଭଳି ଖୁସି ଖବର କେବଳ ସାତକୋଶିଆ ପାଇଁ ନୁହେଁ ସମଗ୍ର ଓଡିିଶା ପାଇଁ ଖୁସି ଆଣିଛି । ପ୍ରକାଶ ଯେ ସାତକୋଶିଆ ଗଣ୍ଡ ଅଭୟାରଣ୍ୟର ବଳଦମଡା ନିକଟରେ ଗତ ମାର୍ଚ୍ଚ ମାସରେ ଏକ ମାଈ ଘଡିଆଳ କୁମ୍ଭୀର ଅଣ୍ଡା ଦେଇଥିଲା ।ଅଣ୍ଡା ଦେବାର ଏକ ମାସ ପରେ ଛୁଆ ଫୁଟିବା କଥା । ମାତ୍ର ଅତ୍ୟଧିକ ଗରମ କାରଣରୁ ଅଣ୍ଡାରୁ ଛୁଆ ଫୁଟିବା ବିଳମ୍ବ ଘଟିଥିଲା । ଏହାକୁ ନେଇ ବନ୍ୟପ୍ରାଣୀ ବିଭାଗ ବିଚଳିତ ହୋଇପଡିଥିଲା । ଘଡିଆଳ ପ୍ରଜନନକୁ ଦୃଷ୍ଟିରେ ରଖି କୋରଏରିଆରେ ମାଛମରା,ଡଙ୍ଗା ଇତ୍ୟାଦି ଚଳାଚଳକୁ କଡାକି ବନ୍ଦ କରାଯାଇଥିଲା । ବିଳମ୍ବରେ ହେଉପଛେ ମାଈ ଘଡିଆଳ ୨୯ ଶାବକ ଜନ୍ମ ଦେବା ପରେ ସାତକୋଶିଆ ବନ୍ୟପ୍ରାଣୀ କର୍ମଚାରୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି । ପ୍ରକାଶ ଯେ ସାତକୋଶିଆ ଗଣ୍ଡ ଅଭୟାରଣ୍ୟର ମହାନଦୀ ବନ୍ୟପ୍ରାଣୀ ଅନୁଗୁଳ ବନଖଣ୍ଡ ଅଧିନରେ ଥିବା ଟିକରପଡାଠାରେ ୧୯୭୫ ମସିହାରେ ଘଡିଆଳ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏହାର ମୁଖ୍ୟ ଉଦେଶ୍ୟଥିଲା ମହାନଦୀର ପ୍ରାକୃତିକ ପରିବେଶରେ ଘଡିଆଡ କୁମ୍ଭୀର ବଂଶବୃଦ୍ଧି ।ଏହି ଉଦେଶ୍ୟରେ ଟିକରପଡାଠାରେ ଏକ କୁମ୍ଭୀର ଗବେଷଣା କେନ୍ଦ୍ର ସହିତ ସଂରକ୍ଷଣ କେନ୍ଦ୍ର ଖୋଲାଯାଇଥିଲା ।ମାତ୍ର ବିଭିନ୍ନ ସମୟରେ ବାହାରୁ ଅଣ୍ଡା ଅଣାଯାଇ ପ୍ରଜନନ ପରେ ବି ସାତକୋଶିଆରେ ଘଡିଆଳ ବଂଶବୃଦ୍ଧି ନଘଟିବା କାରଣ ଦିଗରେ ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇଥିଲା । ୨୦୨୦ରେ ଘଡିଆଳ ବଂଶବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରାକୃତିକ ପ୍ରଜନନ ପାଇଁ କେତୋଟି ମାଈ ଏବଂ ପୁରୁଷ ଘଡିଆଳ ଗଣ୍ଡରେ ଛଡାଯାଇ ସେମାନଙ୍କ ଗତିବିଧି ଉପରେ କଡା ନଜର ରଖାଯାଇଥିଲା । ଶେଷରେ ୨୦୨୨ରେ ପ୍ରଥମଥର ପାଇଁ ଏକ ମାଈ ଘଡିଆଳ ସାତକୋଶିଆର ବଳଦମଡାଠାରେ ୨୮ଟି ଶାବକକୁ ଜନ୍ମ ଦେଇଥିଲା । ୨୦୨୨ ମେରେ ପୁଣି ମାଈ ଘଡିଆଳ କୁମ୍ଭୀର ୩୦ଟି ଶାବକକୁ ନେଇ ଖେଳୁଥିବା ଚିତ୍ର ବନ୍ୟପ୍ରାଣୀ ବିଭାଗ ଜାରିକରିଥିଲା । ଗତ ୨୦୨୩ ମେରେ ଘଡିଆଳ କୁମ୍ଭୀର ୩୫ଟି ଶାବକ ଜନ୍ମ ଦେଇଥିଲା ।ଲଗାତାର ଚତୁର୍ଥଥର ପାଇଁ ଗତ ୨୩ମେ ୨୦୨୪ରେ ଘଡିଆଳ କୁମ୍ଭୀର ୩୫ଟି ଶାବକ ଜନ୍ମ ଦେବା ସାତକୋଶିଆ ପାଇଁ ଖୁସିଖବର ଆଣିଛି ।ଲଗାତାର ପଂଚମଥର ପାଇଁ ଘଡିଆଳ କୁମ୍ଭୀର ଶାବକ ଜନ୍ମ ଦେବା ଘଟଣା ସାତକୋଶିଆରେ ଏହି ପ୍ରଜାତିର କୁମ୍ଭୀର ବଂଶବୃଦ୍ଧି ଦିଗରେ ସଫଳତା ଆଡକୁ ଗତିକରୁଥିବା ଜଣାପଡୁଛି । ।ପ୍ରତିବର୍ଷ ମେ ମାସରେ ସାତକୋଶିଆ ପାଇଁ ଘଡିଆଳ କୁମ୍ଭୀର ଖୁସି ଖବର ଆଣୁଥିବାରୁ ମେ ମାସ ସାତକୋଶିଆ ପାଇଁ ସ୍ୱତନ୍ତ୍ର ବୋଲି ମତପ୍ରକାଶ ପାଉଛି ।ବର୍ତମାନ ଘଡିଆଳ ଶାବକକଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେଉଥିବା ନୟାଗଡ଼ ବନ୍ୟପ୍ରାଣୀ ଡି. ଏଫ. ଓ ଫଲଗୁନୀ ମଲ୍ଲିକ ସୂଚନା ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories