ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏବଂ ସିନ୍ଧୁ ଚଳ ଚୁକ୍ତିନାମାକୁ ସ୍ଥଗିତ କରିଥିଲା । ଫଳରେ ପାକିସ୍ତାନ ପାଣି ପାଇଁ ଡହଲ ବିକଳ ହେଉଥିବା ବେଳେ ଏବେ ଜଳକୁ ନେଇ ପୁଣି ଚିନ୍ତାରେ ପଡିଛି ପାକିସ୍ତାନ । କାରଣ ଭାରତ ସିନ୍ଧୁ ନଦୀ ଜଳ ବନ୍ଦ କରିବା ପରେ ଏବେ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନ ଆଡକୁ ପ୍ରବାହିତ ହେଉଥିବା ପାଣିକୁ ରୋକିବା ପାଇଁ ଏକ ବନ୍ଧ ନିର୍ମାଣ କରିବାକୁ ପ୍ରସ୍ତୁତି କରିଥିବାରୁ ପାକିସ୍ତାନକୁ ଏହା ଆଉ ଏକ ଝଟକା ଲାଗିଛି । ତାଲିବାନ ସରକାରଙ୍କ ସେନା ଜେନେରାଲ ମୁବିନ୍ କୁନାର ନଦୀ ଉପରେ ନିର୍ମିତ ବନ୍ଧର ଯାଞ୍ଚ କରିଛନ୍ତି ।
ତାଲିବାନ ସରକାର କୁନାର ନଦୀରେ ଏକ ବଡ଼ ବନ୍ଧ ନିର୍ମାଣ କରିବା ନେଇ ଦ୍ରୁତ ଗତିରେ କାମ କରୁଛନ୍ତି । ଯାହାକି ଭବିଷ୍ୟତରେ ପାକିସ୍ତାନ ପାଇଁ ଗମ୍ଭୀର ଜଳ ସଙ୍କଟ ସୃଷ୍ଟି କରିପାରେ । ସୋମବାର ଦିନ ଏକ୍ସରେ ପୋଷ୍ଟ କରି ବେଲୁଚ୍ ନେତା ମୀର ୟାର ବାଲୁଚ୍ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ‘ତାଲିବାନ ସରକାର ଏକ ବନ୍ଧ ନିର୍ମାଣ କରିବାକୁ ଯାଉଛନ୍ତି, ଯାହାକି ପାକିସ୍ତାନକୁ ପାଣି ପ୍ରବାହକୁ ବନ୍ଦ କରିଦେବ । ଏହି ବନ୍ଧ ନିର୍ମାଣ ଲାଗୀ ପାଣ୍ଠି ସଂଗ୍ରହ କରିବାକୁ ଜେନେରାଲ ମୁବିନ୍ ତାଲିବାନ ସରକାରଙ୍କୁ ନିବେଦନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପାଣି ଆମର ରକ୍ତ ପରି ଏବଂ ଆମେ ଆମର ରକ୍ତକୁ ଆମ ଶରୀରରୁ ବାହାରକୁ ବହିବାକୁ ଦେଇପାରିବୁ ନାହିଁ ।
अफगानिस्तान सरकार पाकिस्तान के ताबूत में एक कील ठोकने जा रही है।
अफग़ानिस्तान से बहने वाली नदी की धारा पाक जाती है जिसे रोक अपने देश में नहरें बनाने जा रहे हैं जिससे पाक में पानी का संकट गहरा हो जायेगा।
अफगान सरकार ने निरीक्षण शुरू कर दिया है ऐसे भारत को बांध और नहरें बनाने के… pic.twitter.com/J1riY0MVSX— I.P. Singh (@IPSinghSp) May 20, 2025




