www.samajalive.in
Sunday, December 14, 2025
17.1 C
Bhubaneswar

ଓଡ଼ିଆ ଭାଷାରେ ଆଞ୍ଚଳିକ ଶବ୍ଦାବଳୀର ଅଧିକରୁ ଅଧିକ ପ୍ରୟୋଗ କରାଯାଉ

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ପକ୍ଷରୁ ଆଜି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ‘ଉପେନ୍ଦ୍ର ଭଞ୍ଜ କକ୍ଷ’ରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭାଗ ମୁଖ୍ୟ ପ୍ରଫେସର ଡ. ପ୍ରସନ୍ନ କୁମାର ସ୍ୱାଇଁ ପୌରୋହିତ୍ୟ କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଉପସଚିବ ଡ. କୁଳମଣି ଓଝା ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି ରୂପେ ଯୋଗଦେଇ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସର ମହତ୍ତ୍ୱ ବିଷୟ ଉଲ୍ଲେଖ କରିଥିଲେ। ଓଡ଼ିଆ ଭାଷାର ଅଢ଼େଇ ହଜାର ବର୍ଷର ଭାଷିକ ଧାରା ଓ ପରମ୍ପରାର ବିଶେଷତା ସମ୍ପର୍କରେ ଆଲୋଚନା କରିଥିଲେ। ଶାସ୍ତ୍ରୀୟ ଓଡ଼ିଆ ଭାଷାର ଅନେକ ମୌଳିକ ବିଭବ ଓ ବିଶେଷତ୍ୱ ବିଷୟରେ ସୂଚନା ପ୍ରଦାନ କରି ଡ. ଓଝା ଏହାର ବିବିଧ ଉଜ୍ଜ୍ୱଳମୟ ସମ୍ଭାବିତ ଦିଗ ଓ ସମୃଦ୍ଧି ପ୍ରସଙ୍ଗରେ ଭବିଷ୍ୟତର ଭାଷା-ସାହିତ୍ୟ ସଂବାହକମାନଙ୍କୁ ସମ୍ବୋଧିତ କରିଥିଲେ।

ବିଭାଗୀୟ ପ୍ରଫେସର ଡ. ସଦାନନ୍ଦ ନାୟକ ଏହି ସଭାରେ ବକ୍ତବ୍ୟ ପ୍ରଦାନ ପୂର୍ବକ ଗବେଷକର ଧର୍ମ ଓ ଓଡ଼ିଆ ଭାଷାରେ ଅଧିକ ଗବେଷଣା କରିବାକୁ ବିଭାଗୀୟ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ l ସହକାରୀ ପ୍ରଫେସର୍ ଡ. ଦେବୀପ୍ରସାଦ ଶତପଥୀ ଓ ଅନ୍ୟତମ ସହକାରୀ ପ୍ରଫେସର୍ ଡ. ସମୀର ଭୋଇ ଏହି ଅବସରରେ ଶାସ୍ତ୍ରୀୟ ଓଡ଼ିଆ ଭାଷାର ବୈଶିଷ୍ଟ୍ୟ ନିରୂପଣ ପୂର୍ବକ ଓଡ଼ିଆ ଭାଷାରେ ଆଞ୍ଚଳିକ ଶବ୍ଦାବଳୀର ଅଧିକରୁ ଅଧିକ ପ୍ରୟୋଗ କରାଯାଉ ବୋଲି ମତ ବ୍ୟକ୍ତ କରିଥିଲେ। ପ୍ରଫେସର ସ୍ୱାଇଁ ତାଙ୍କ ସଭାପତି ଅଭିଭାଷଣରେ ଓଡ଼ିଆ ଭାଷା-ସାହିତ୍ୟର ଅଧ୍ୟାପନା ଓ ଗବେଷଣା ପ୍ରତି ବିଭାଗୀୟ ଛାତ୍ରଛାତ୍ରୀମାନେ ସ୍ୱତଃ ପ୍ରବୃତ୍ତ ଭାବେ ଆଗ୍ରହାନ୍ବିତ ହେବା ସହ କଠୋର ଅଧ୍ୟବସାୟ ସାଙ୍ଗକୁ ଅଧ୍ୟୟନଶୀଳ ହେବା ଆବଶ୍ୟକ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାକ୍-ଗବେଷଣା, ସ୍ନାତକୋତ୍ର ପ୍ରଥମ, ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ପ୍ରକଳ୍ପରେ ଗବେଷଣା କରୁଥିବା ଗବେଷକ, ଗବେଷିକା ଉପସ୍ଥିତ ଥିଲେ। ଶେଷରେ ଗବେଷକ କୁନା ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories