www.samajalive.in
Monday, December 15, 2025
14.1 C
Bhubaneswar

‘କାଶ୍ମୀର ନିଷ୍ପତ୍ତି ସର୍ଦାର ପଟେଲଙ୍କ ପ୍ରେରଣା’ ଗୁଜରାତରେ ୬୯ତମ ଜନ୍ମଦିନ ପାଳିନ ଅବସରରେ କହିଲେ ମୋଦୀ

କେଭାଡିଆ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ଏହାକୁ ତିନି କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତନ ନିଷ୍ପତ୍ତିର ସମସ୍ତ ଶ୍ରେୟ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶ ମିଶ୍ରଣ ସମ୍ପର୍କିତ ସର୍ଦାର ପଟେଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସରକାର ଏହି ନିଷ୍ପତ୍ତି ନେଇଥିବା ମୋଦୀ କହିଛନ୍ତି। ଏହା ଦ୍ବାରା ବର୍ଷ ବର୍ଷ ଧରି ଦେଶର ଅଖଣ୍ଡତା ଓ ସୁରକ୍ଷା ପ୍ରତି ବିପଦ ହୋଇ ରହିଥିବା ଏକ ବଡ଼ ସମସ୍ୟାର ସମାଧାନ ରାସ୍ତା ବାହାରିପାରିଛି ଏବଂ ପଟେଲଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ସ୍ବପ୍ନ ସାକାର ହୋଇଛି ବୋଲି ମୋଦୀ କହିଛନ୍ତି। ମଙ୍ଗଳବାର ମୋଦୀ ନିଜର ୬୯ତମ ଜୟନ୍ତୀ ପାଳନ ଅବସରରେ ଭଦୋଦରା ନିକଟ କେଭାଡ଼ିଆଠାରେ ଅନୁଷ୍ଠିତ ଏକ ବିଶାଳ ଜନସମା​‌​‌​ବେଶକୁ ଉଦବୋଧନ ଦେବା ବେଳେ ଦେଶର ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦାର ପଟେଲଙ୍କୁ ପ୍ରଶଂସା କରିଛନ୍ତି। ୧୯୪୮ ସେପ୍ଟେମ୍ବର ୧୭ରେ ପଟେଲ ହାଇଦରାବାଦକୁ ଭାରତ ସହିତ ମିଶ୍ରଣ କରାଇଥିବା ସମ୍ପର୍କରେ ସେ ଚେତାଇ ଦେଇଥିଲେ। ଏହି ଅବସରରେ ତାଙ୍କ ସରକାର ଦେଶର ଦ୍ରୁତ ବିକାଶ ସହିତ ଅପୂର୍ବ ସଫଳତା ହାସଲ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଥିବା ମୋଦୀ କହିଥିଲେ।

ଭଦୋଦରା ନିକଟ କେଭାଡିଆଠାରେ ଅବସ୍ଥିତ ସର୍ଦାର ସରୋବର ଡ୍ୟାମ୍‌ ନିକଟରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା। ମୋଦୀ ସେଠାରେ ସର୍ଦାରଙ୍କ ‘ଷ୍ଟାଚ୍ୟୁ ଅଫ ୟୁନିଟି’ ପରିଦର୍ଶନ କରିବା ସହ ନର୍ମଦା ପୂଜନ କରିଥିଲେ। ଏଥିସହିତ ସେ ‘ନମାମି ନର୍ମଦା ମହୋତ୍ସବ’ର ଶୁଭାରମ୍ଭ କରିଥିଲେ। ପ୍ରାୟ ୩ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଷ୍ଟାଚ୍ୟୁ ଅଫ ୟୁନିଟି ପ୍ରତି ପର୍ଯ୍ୟଟକଙ୍କ ଆକର୍ଷଣ ବଢ଼ୁଥିବା ଦର୍ଶାଇ ମୋଦୀ କହିଥିଲେ ଯେ ଆମେରିକାରେ ରହିଥିବା ୧୩୩ ବର୍ଷର ଷ୍ଟାଚ୍ୟୁ ଅଫ ଲିବର୍ଟିକୁ ଦୈନିକ ପ୍ରାୟ ୧୦ହଜାର ପର୍ଯ୍ୟଟକ ପରିଦର୍ଶନ କରୁଥିବାବେଳେ ମାତ୍ର ବର୍ଷକ ପୂର୍ବେ ପ୍ରତିଷ୍ଠିତ ଷ୍ଟାଚ୍ୟୁ ଅଫ ୟୁନିଟି ଦେଖିବା ପାଇଁ ଦୈନିକ ସାଢ଼େ ୮ହଜାର ପର୍ଯ୍ୟଟକ ଆସୁଛନ୍ତି।
ଜନ୍ମଦିନ ଅସରରେ ମୋଦୀ ଗୁଜରାତରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସୋମବାର ରାତିରେ ଗାନ୍ଧୀନଗରସ୍ଥିତ ରାଜଭନରେ ଅବସ୍ଥାନ କରିଥିବା ମୋଦୀ ସକାଳେ ମା’ ହୀରାବେନ୍‌ଙ୍କୁ ଭେଟି ତାଙ୍କର ଆଶୀର୍ବାଦ ନେଇଥିଲେ। ହୀରାବେନ୍‌ ଅହମ୍ମଦାବାଦର ରାଇସିନ୍‌ ଗ୍ରାମରେ ସାନ ପୁଅ ପଙ୍କଜ ମୋଦୀଙ୍କ ପାଖରେ ରହୁଛନ୍ତି। ମୋଦୀ ତାଙ୍କ ସହିତ ଭୋଜନ କରିଥିଲେ। ଏହି ଅବସରରେ ମୋଦୀଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀଠାରେ ତାଙ୍କର ଶୁଭ ମନାସୀ ଅରବିନ୍ଦ ସିଂହ ନାମକ ଜଣେ ପ୍ରଶଂସକ ସ୍ଥାନୀୟ ସଂକଟମୋଚନ ହନୁମାନ ମନ୍ଦିରରେ ୧କିଲୋ ୨୫ଗ୍ରାମ ଓଜନର ଏକ ମୁୁକୁଟ ସମର୍ପଣ କରିଥିଲେ। କଂ​ଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ବିଭିନ୍ନ ଦଳ ଓ ଦେଶବିଦେଶର ନେତା ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories