www.samajalive.in
Sunday, December 14, 2025
19.1 C
Bhubaneswar

କାଶ୍ମୀରବାସୀ ମୃତ୍ୟୁପଥଗାମୀ: ତାରିଗାମି

ନୂଆଦିଲ୍ଲୀ: କାଶ୍ମୀରୀମାନେ ସାମ୍ପ୍ରତିକ କଟକଣାରେ ରୁନ୍ଧି ହୋଇଗଲେଣି। ଗତ ୪୦ ଦିନ ଧରି ରାଜ୍ୟରେ ଇଣ୍ଟରନେଟ କିମ୍ବା ଟେଲିଫୋନ୍‌ ସେବା ନାହିଁ। ଚିକିତ୍ସା ସୁବିଧା ମଧ୍ୟ ଲୋକଙ୍କୁ ମିଳିପାରୁ ନାହିଁ। ସେମାନେ କ୍ରମଶଃ ମୃତ୍ୟୁପଥଗାମୀ। ଏହି ସମୟ ମଧ୍ୟରେ ଜଣେ ହେଲେ ପ୍ରାଣ ହରାଇ ନ ଥିବା ସରକାର ଦାବି କରୁଛନ୍ତି; କିନ୍ତୁ ବାସ୍ତବରେ ଚିକିତ୍ସା ଓ ଅତ୍ୟାବଶ୍ୟକ ସେବା ବିହୁନେ ଲୋକେ ଛଟପଟ ହେଉଛନ୍ତି। ସେମାନେ ବଞ୍ଚିବାକୁ ଚାହୁଁଛନ୍ତି। ଏଭଳି ମନ୍ତବ୍ୟ ରଖିଛନ୍ତି ଅସୁସ୍ଥା ଥିବା କାଶ୍ମୀରର ବରିଷ୍ଠ ବାମପନ୍ଥୀ ନେତା ମହମ୍ମଦ ୟୁସୁଫ ତାରିଗାମି। ଅଗଷ୍ଟ ୪ରୁ ଶ୍ରୀନଗରରେ ଗୃହବନ୍ଦୀ ଥିବା ତାରିଗାମିଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଦିଲ୍ଲୀରେ ପହଞ୍ଚିବା ପରେ ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେୁଚରୀଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀରେ ତାରିଗାମି କାଶ୍ମୀରର ପରିସ୍ଥିତି ବର୍ଣ୍ଣନା କରିଛନ୍ତି। ଗତ ୪୦ଦିନ ଧରି କାଶ୍ମୀର ଉପତ୍ୟକାରେ ସ୍କୁଲ କିମ୍ବା ଦୋକାନ ବଜାର ଖୋଲୁ ନାହିଁ। ଗାଡ଼ିମଟର ମଧ୍ୟ ବିଶେ​‌ଷ​‌ ଚଳାଚଳ କରୁ ନାହିଁ। ଲୋକେ ଜୀବନଜୀବିକା ହରାଇଲେଣି। ଯୋଗାଯୋଗ ବ୍ୟବସ୍ଥା ନ ଥିବାରୁ ଲୋକେ ବାହାର ଦୁନିଆ ସହିତ ସମ୍ପର୍କ ସ୍ଥାପନ କରିପାରୁ ନାହାନ୍ତି। ସେଠାକାର ସ୍ଥିତି ସ୍ବାଭାବିକ ଥିବା ସରକାର ଦାବି କରୁଛନ୍ତି; କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ବୋଲି କହିଛନ୍ତି ତାରିଗାମି। କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁଁ କାଶ୍ମୀରବାସୀ ଓ ଅନ୍ୟ ଭାରତୀୟଙ୍କ ମଧ୍ୟରେ ରହିଥିବା ସମ୍ପର୍କର ରଜ୍ଜୁ ଢ଼ିଲା ହେବାରେ ଲାଗିଛି। ଫାରୁକ ଅବଦୁଲ୍ଲା କିମ୍ବା କୌଣସି ରାଜନେତା ଆତଙ୍କବାଦୀ ନୁହନ୍ତି। ସେମାନଙ୍କୁ ଦେଢ଼ମାସ ଧରି ଗୃହବନ୍ଦୀ କରି ରଖିବା ଅଯୌକ୍ତିକ। ‘ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ସରକାରଙ୍କ ଦାବି ଓ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ’ ବୋଲି ଦର୍ଶାଇଥିବା କହିଛନ୍ତି ସୀତାରମଣ। ତାରିଗାମିଙ୍କୁ ଗୃହବନ୍ଦୀ କରିବା ମଧ୍ୟ ସମ୍ପୂର୍ଣ୍ଣ ବେଆଇନ ବୋଲି ସେ କହିଛନ୍ତି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories