www.samajalive.in
Sunday, December 7, 2025
23.1 C
Bhubaneswar

ଆଜି ବସନ୍ତ ପଞ୍ଚମୀ : ଜାଣନ୍ତୁ କିଛି ବିଶେଷ କଥା

ଆଜି ସରସ୍ୱତୀ ପୂଜା। ମାଘମାସ ଶୁକ୍ଳପକ୍ଷର ପଞ୍ଚମୀ ତିଥିକୁ ବିଦ୍ୟା ଓ ବୁଦ୍ଧିର ଦେବୀ ମା’ସରସ୍ୱତୀଙ୍କ ଉପାସନା କରାଯାଏ। ଏହି ଉପାସନା ପର୍ବକୁ ବସନ୍ତ ପଞ୍ଚମୀ କୁହାଯାଏ। ଆଜିର ଦିନରେ ବିବାହ, ଗୃହ ନିର୍ମାଣ ତଥା ଅନ୍ୟାନ୍ୟ ଶୁଭକାର୍ୟ୍ୟ କରାଯାଇଥାଏ। ବିଦ୍ୟାଦାୟିନୀ ମା’ ସରସ୍ୱତୀ ଛାତ୍ରଛାତ୍ରୀ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାଆନ୍ତି। ଯେଉଁ ମାନଙ୍କର ପାଠ ପଢିବାରେ ସମସ୍ୟା ରହିଥାଏ, ଏହି ଦିନ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ।
ଏପରି କରନ୍ତୁ ମା’ ସରସ୍ୱତୀଙ୍କ ପୂଜା
– ଆଜିର ଦିନରେ ହଳଦିଆ କିମ୍ବା ଧଳା ବସ୍ତ୍ର ଧାରଣ କରନ୍ତୁ। କଳା ବସ୍ତ୍ର ପିନ୍ଧନ୍ତୁ ନାହିଁ।
– ଉତ୍ତର ଦିଗକୁ ମୁଖ କରି ମା’ଙ୍କୁ ପୂଜା କରନ୍ତୁ।
– ମା’ଙ୍କୁ ଶ୍ୱେତ ଚନ୍ଦନ, ହଳଦିଆ ଓ ଧଳା ଫୁଲ ଅବଶ୍ୟ ଅର୍ପଣ କରନ୍ତୁ।
– ଭୋଗରେ ଦହି, ମିଶ୍ରି ଓ ଲବଙ୍ଗ ମା’ଙ୍କୁ ନିଶ୍ଚୟ ଅର୍ପଣ କରନ୍ତୁ।
– କେସର ମିଶ୍ରିତ ଖିରୀ ଅର୍ପଣ କରନ୍ତୁ।
– ମା’ଙ୍କ ମନ୍ତ୍ର ଜପ କରନ୍ତୁ।
– ମନ୍ତ୍ର ଜପ ପରେ ପ୍ରସାଦ ଗ୍ରହଣ କରନ୍ତୁ।
– ମା’ଙ୍କ ସମ୍ମୁଖରେ ନୀଳ ସରସ୍ୱତୀ ସ୍ତୋତ୍ର ପାଠ କରନ୍ତୁ। ଏପରି କରିବା ଦ୍ୱାରା ଉତ୍ତମ ଜ୍ଞାନ ଓ ବୁଦ୍ଧି ପ୍ରାପ୍ତ ହୋଇଥାଏ।
– ମା’ଙ୍କ ଉପାସନାରେ ଏହି ସମସ୍ୟା ଦୂର ହୋଇଥାଏ…….
ଯେଉଁମାନଙ୍କର ଏକାଗ୍ରତାରେ ସମସ୍ୟା ସୃଷ୍ଟି ହୋଇଥାଏ, ସେମାନେ ଆଜି ଠାରୁ ପ୍ରତିଦିନ ସରସ୍ୱତୀ ବନ୍ଦନା ପାଠ କରନ୍ତୁ।
– ପାଠପଢା କକ୍ଷରେ ମା’ଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories