www.samajalive.in
Sunday, December 7, 2025
23.1 C
Bhubaneswar

କରୋନା କାୟା: ଜୀବିକା ପାଇଁ ସାଜିଛନ୍ତି ଶିଶୁ ଶ୍ରମିକ

ସାରନଗରୀ : କାଳରୂପୀ କରେନାର କାୟାରେ ପୁରରୁ ପଲ୍ଲୀ ସମସ୍ତେ ଆତଙ୍କିତ ହୋଇ ପଡ଼ିଛନ୍ତି । ଗ୍ରାମାଞ୍ଚଲ ହେଉକି ସହରାଞ୍ଚଳ ସବୁଠି କରୋନା ତା’ର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଜୀବନ ଜୀବିକାକୁ ଉଜାଡ଼ି ଦେଇଛି କରୋନା । ଦକ୍ଷିଣ ରାଉରକେଲା ସମେତ ସହରତଳି ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଓ ମଧ୍ୟବିତ ଶ୍ରେଣୀୟ ପରିବାର ନିଜ ରୋଜଗାର ହରାଇ ଏବେ ଘରେ ହାତ ବାନ୍ଧି ବସିଛନ୍ତି । ଏପରି ସ୍ଥଳେ ଘରେ ଓଳିଏ ଅନ୍ନ ଖାଇବା ମଧ୍ୟ କଷ୍ଟକର ବ୍ୟାପାର ହୋଇ ପଡ଼ିଛି । ସାଧାରଣତଃ ବସ୍ତି ଅଂଚଳ ଗୁଡ଼ିକରେ ବସବାସ କରୁଥିବା ବାସିନ୍ଦା ମାନେ ଅଧିକାଂଶ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରିଥାନ୍ତି । ମାତ୍ର ଏବେ ଅଧିକାଂଶ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ଯଦିଓ କାଁଭାଁ ନିର୍ମାଣ କାର୍ଯ୍ୟ ଚାଲିଛି, ସେପଟେ ଉପଯୁକ୍ତ ଦିନିକିଆ ମଜୁରି ମିଳୁନାହିଁ ବୋଲି ଦକ୍ଷିଣ ରାଉରକେଲା ଟାଙ୍ଗରପାଲୀ ବସ୍ତି ଅଂଚଳରେ ରହୁଥିବା ଜଣେ ମହିଳା ଶ୍ରମିକ ନିଜ ନାମ ଗୋପନ ରଖିବା ସର୍ତରେ ପ୍ରକାଶ କରିଛନ୍ତି ।

ପରିବାର ଚଳାଇବା ପାଇଁ ମଧ୍ୟବିତ ଓ ଗରିବ ଶ୍ରେଣୀର ବ୍ୟକ୍ତି ମାନେ ବାଧ୍ୟବାଧକତାରେ ଘରେ ଥିବା ପିଲାମାନଙ୍କୁ କାମ କରିବାକୁ ପଠାଉଛନ୍ତି। ଯେଉଁ ମାନଙ୍କ ବୟସ ୧୨ରୁ ୧୪ ବର୍ଷ ମଧ୍ୟରେ। ଏହି କୋମଳମତି ପିଲାମାନେ ପରିବାରର ବୋଝ ମୁଣ୍ଡାଇ ସ୍ଥାନୀୟ ଅଂଚଳର କିଛି ଢାବା, ହୋଟେଲ, ଗ୍ୟାରେଜରେ କାମ କରି ଦୁଇ ପଇସା ରୋଜଗାର କରୁଛନ୍ତି। ଅପରପକ୍ଷରେ ଜୀବିକା ପାଇଁ ଏମାନଙ୍କ ଜୀବନ ବନ୍ଧା ପଡ଼ି ଯାଇଛି। ଗ୍ରାମାଚଂଳରେ ରହୁଥିବା ପିଲାମାନେ ସହର ମୁହାଁ ହୋଇ କିଛି ଅର୍ଥ ରୋଜଗାର କରିବା ପାଇଁ ଆଗଭର ହୋଇଥିବା ଜଣାପଡ଼ିଛି। କିଛି ଶିଶୁ କୌଣସି କାମଧନ୍ଦା ନ ପାଇ ଅଳିଆ ଆବର୍ଜନା, ଭଙ୍ଗା ପ୍ଲାଷ୍ଟିକ ବୋତଲ ଗୋଟାଇବା ପରେ ଏଗୁଡ଼ିକୁ ବିକ୍ରି କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିବା ଦେଖିବାକୁ ମିଳିଛି। ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଶିଶୁ ଶ୍ରମିକ ସଂଖ୍ୟା କରୋନା ପରେ ବୃଦ୍ଧି ପାଇବାରେ ଲାଗିଛି । ମାତ୍ର ଜୀବନ ଜୀବିକା ପାଇଁ ପିଲାମାନଙ୍କୁ ଶିଶୁଶ୍ରମିକ ଭାବେ କାର୍ଯ୍ୟ କରିବାକୁ ପଡ଼ୁଛି ବୋଲି ସେମାନଙ୍କ ପରିବାର ପକ୍ଷରୁ କୁହାଯାଇଛି ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories