www.samajalive.in
Monday, December 15, 2025
14.1 C
Bhubaneswar

‘ସାରଳା ଦାସ କାଳଜୟୀ ସାହିତ୍ୟ ସୃଷ୍ଟି କରିଥିଲେ’

ଉତ୍ତରଭୁବନେଶ୍ବର : ଆଦିକବି ସାରଳା ଦାସ ମା’ ବିଦ୍ୟାଦାୟିନୀ ସରସ୍ବତୀଙ୍କ କୃପାରୁ ଅପାର ଜ୍ଞାନର ଅଧିକାରୀ ହୋଇଥିଲେ। ସେ ୧୨ଟି କଳା ହାସଲ ସହ କାଳଜୟୀ ସାହିତ୍ୟ ସୃଷ୍ଟି କରିଥିଲେ ବୋଲି ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ଅଧ୍ୟକ୍ଷ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ କହିଛନ୍ତି।
ସାରଳା ଦାସ ସ୍ମୃତି ସଂସଦ ପକ୍ଷରୁ ଭାରତୀୟ ବିଦ୍ୟାଭବନ ସମ୍ମିଳନୀ କକ୍ଷରେ ଗୁରୁବାର ସନ୍ଧ୍ୟାରେ ଆୟୋଜିତ ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଉତ୍ସବ ପାଳନ ଅବସରରେ ଶ୍ରୀ ରଥ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କହିଥିଲେ ଯେ ସାରଳା ଦାସ ଥିଲେ ବୀର ସନ୍ତାନ । ତାଙ୍କଦ୍ବାରା ‘ଓଡ଼ିଆ ମହାଭାରତ’ ରଚନା ଏକ ଅନବଦ୍ୟ ସୃଷ୍ଟି । ଏହି ଅବସରରେ ‘ସାରଳା ପଞ୍ଜିକା’ ଓ ‘ସାରଳା ସର୍ଜନା’ ପତ୍ରିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

- Advertisement -

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବେ ସୋଆ କୁଳପତି ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର  ସାରଳା ଦାସ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ପିତାମହ ଭୀଷ୍ମ ସଦୃଶ ଥିଲେ ବୋଲି କହିବା ସହିତ ତାଙ୍କ ଦ୍ବାରା ସୃଷ୍ଟ ଭାଷା ସାହିତ୍ୟକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ହେବା ଆବଶ୍ୟକ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଫେସର ଡା. ଗୋପାଳଚନ୍ଦ୍ର ନନ୍ଦ, ‘ନିତିଦିନ’ର ସମ୍ପାଦକ ମନୋଜ କୁମାର ମହାପାତ୍ର ସାରଳା ଦାସଙ୍କ ଲିଖିତ ମହାଭାରତ ଓ ବ୍ୟାସଦେବଙ୍କ  ମହାଭାରତ ମଧ୍ୟରେ ସାମଞ୍ଜସ୍ୟ ଉପସ୍ଥାପନା କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ  ସାହିତ୍ୟିକ ଡ. ସାତକଡ଼ି ହୋତାଙ୍କୁ ‘ସାରଳା ଦାସ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ଆବାହକ ରମାକାନ୍ତ ମିଶ୍ର ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଅଭିଭାଷଣ ଦେବା ସହିତ ମଞ୍ଚ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଅମ୍ରିତ ସାଗର କର ଗୀତଗୋବିନ୍ଦ ଗାନ କରିଥିବାବେଳେ ଅମିତା ପ୍ରଭା ସ୍ବାଇଁ, ଭଜକୃଷ୍ଣ ମହାନ୍ତି ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ଡ. ହୋତା ଅଭିଭାଷଣ ଛଳରେ ଜାତି ସ୍ମାରକକୁ ଅନୁସରଣ ପାଇଁ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ସଭାପତି ରାଜେନ୍ଦ୍ର କୁମାର ମହାନ୍ତି ଅଭିଭାଷଣ ଦେଇଥିବାବେଳେ ପ୍ରଦୀପ୍ତ କୁମାର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।  କାର୍ଯ୍ୟକ୍ରମରେ ଛତିଶଗଡ଼ରୁ ଆସିଥିବା ୫ଜଣ ଓଡ଼ିଆଭାଷୀଙ୍କୁ ସମ୍ମାନିତ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories