www.samajalive.in
Saturday, December 6, 2025
14.1 C
Bhubaneswar

ଏହି କାରଣରୁ ‘ବାଗି-୩’କୁ ମନା କଲେ ସାରା !

ମୁମ୍ବଇ : ‘କେଦାରନାଥ’ ଓ ପରେ ‘ସିମ୍ବା’ର ସଫଳତା ପରେ ସାରା ଅଲ୍ଲୀ ଖାନ୍ଙ୍କ ହାତରେ ଏବେ ଅନେକ ଅଫର୍ ରହିଛି। ନିକଟରେ ସାରାଙ୍କୁ ‘ବାଗି-୩’ରେ ନାୟିକା ଭାବେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦିଆ ଯାଇଥିଲା। ମାତ୍ର ସେ ଏହାକୁ ମନା କରି ଦେଇଥିବା ଜଣାପଡ଼ିଛି।

ମିଳିଥିବା ଖବର ଅନୁସାରେ, ଏହି ଚଳଚ୍ଚିତ୍ରରେ ସେ ଯେଉଁ ଭୂମିକାରେ ଅଭିନୟ କରିଥାଆନ୍ତେ ସେ ଭୂମିକାଟି ବହୁତ ଛୋଟ। ଅର୍ଥାତ୍ ସେ କିଛି ସମୟ ପାଇଁ ପରଦାରେ ନଜର ଆସି ଥାଆନ୍ତେ। ମାତ୍ର ଏହା ସାରାଙ୍କୁ ପସନ୍ଦ ଆସି ନଥିବାରୁ ସେ ଚଳଚ୍ଚିତ୍ରରେ କାମ କରିବାକୁ ସିଧାସିଧା ମନା କରିଦେଇଛନ୍ତି।

- Advertisement -

ଉଲ୍ଲେଖଯୋଗ୍ୟ, ପୂର୍ବରୁ ‘ବାଗି’ ଓ ‘ବାଗି-୨’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା। ‘ବାଗି’ରେ ଶ୍ରଦ୍ଧା କପୁର ଓ ‘ବାଗି-୨’ରେ ଦିଶା ପଟାନୀ ଟାଇଗରଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିଥିଲେ। ଏହାକୁ ଦର୍ଶକଙ୍କ ଭରପୂର ଭଲପାଇବା ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ନିର୍ମାତା ଏହାର ତୃତୀୟ ଭାଗ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଅହମ୍ମଦ ଖାନ୍ ଏହାର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ବହନ କରିଛନ୍ତି। ନିକଟରେ ‘ବାଗି-୩’ର ପୋଷ୍ଟର ରିଲିଜ୍ କରାଯାଇଛି। ଏହି ଚଳଚ୍ଚିତ୍ର ୨୦୨୦ ମାର୍ଚ୍ଚ ୬ରେ ମୁକ୍ତିଲାଭ କରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories