www.samajalive.in
Saturday, December 6, 2025
15.1 C
Bhubaneswar

ଋଣ କରି ଋଣ ଛାଡ଼ ; ଛତିଶଗଡ଼ ରାଜକୋଷ ଖାଲି, ସରକାର ଦେବାଳିଆ

ରାୟପୁର :  ଚାଷୀଙ୍କ କୃଷି ଋଣ ଛାଡ଼ ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରି ଦେଶରେ ପ୍ରଶଂସା ସାଉଁଟିବାକୁ ଚେଷ୍ଟା କରୁଥିବା ଛତିଶଗଡ଼ର କଂଗ୍ରେସ ସରକାରକୁ ଏକ ଝଟକା ଲାଗିଛି। ଋଣ କରି ଋଣ ଛାଡ କରିବା ଦୌଡ଼ରେ ସାମିଲ ହୋଇ ସରକାର ଦେବାଳିଆ ହୋଇଯାଇଛନ୍ତି । ରାଜ୍ୟ ରାଜକୋଷ ପ୍ରାୟ ଖାଲି ହୋଇଯାଇଛି।

ନିର୍ବାଚନ ଇସ୍ତାହାର ପୂରଣ କରିବାକୁ ଯାଇ ଛତିଶଗଡ଼ର କଂଗ୍ରେସ ସରକାର ଏକ ପ୍ରକାର ଆର୍ଥିକ ଅଚଳାବସ୍ଥା ଆଡକୁ ଅଗ୍ରସର ହେଉଛି। ଏଠାରେ ଭୁପେଶ ବଘେଲଙ୍କ ନେତୃତ୍ୱରେ ପରିଚାଳିତ କଂଗ୍ରେସ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କରୁ ଦ୍ୱିତୀୟ ଥର ଋଣ ନେବାକୁ ଯାଉଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ସରକାର ରିଜର୍ଭ ବ୍ୟାଙ୍କରୁ ୧୦୦୦ କୋଟି ଟଙ୍କା ଋଣ  ନେବେ । ଋଣ ପ୍ରସଙ୍ଗ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ରିଜର୍ଭ ବ୍ୟାଙ୍କ ରାଜ୍ୟ ସରକାରଙ୍କୁ ୩ଟି କିସ୍ତିରେ ଏହି ଋଣ ଅର୍ଥ ପ୍ରଦାନ କରିବ।

- Advertisement -

ସୂଚନା ଯୋଗ୍ୟ ଏଠାରେ କଂଗ୍ରେସ କ୍ଷମତାକୁ ଆସିବା ପୂର୍ବରୁ ଚାଷୀଙ୍କ ଋଣ ଛାଡ଼ କରିବାକୁ ନିର୍ବାଚନ ପ୍ରଚାର ବେଳେ ପ୍ରତିଶ୍ରୁତି ଦେଇଥିଲା। କ୍ଷମତାକୁ ଆସିବା ପରେ ଏହି ପ୍ରତିଶ୍ରୁତି ପାଳନ କରିଛି କିନ୍ତୁ ରାଜ୍ୟର ଆର୍ଥିକ ପରିସ୍ଥିତି ନିମ୍ନଗାମୀ ହୋଇଛି। ସରକାରଙ୍କ କୃଷି ଋଣ ଛାଡ଼ ନିଷ୍ପତ୍ତି ଯୋଗୁଁ ଏବେ ରାଜକୋଷ ଉପରେ ୬୧୦୦ କୋଟି ଟଙ୍କାର ବୋଝ ପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories