www.samajalive.in
Monday, November 17, 2025
17.1 C
Bhubaneswar

‘ସମାଜ’ ପୋର୍ଟାଲ ଭୁବନେଶ୍ୱର କାର୍ଯ୍ୟାଳୟର ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର : ‘ସମାଜ’ ପୋର୍ଟାଲ ଭୁବନେଶ୍ୱର କାର୍ଯ୍ୟାଳୟର ପ୍ରତିଷ୍ଠା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ଆଧ୍ୟାତ୍ମିକ ପରିବେଶରେ ଭୁବନେଶ୍ୱର ‘ସମାଜ’ ଶାଖା କାର୍ଯ୍ୟାଳୟ ପରିସରରେ ପୂଜାର୍ଚ୍ଚନା କରାଯାଇଥିଲା।
ନବନିର୍ମିତ ‘ସମାଜ’ ପୋର୍ଟାଲ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୋର୍ଟାଲ ମୁଖ୍ୟ ମହେଶ ଶର୍ମା, ସଂଯୋଜକ ସୁରେଶ ମନ୍ତ୍ରୀ, କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି, ବ୍ୟୁରୋ ମୁଖ୍ୟ ସମରେନ୍ଦୁ ଦାସ, ଆଇଟି ପ୍ରବନ୍ଧକ ପ୍ରଦୀପ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ହୋମ ଓ ପୂଜାର୍ଚ୍ଚନା କରାଯାଇଥିଲା।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ଭରତ ଦାସ, ପୋର୍ଟାଲର ବରିଷ୍ଠ କପି ଏଡିଟର ଜୀତ୍‍ ପଟ୍ଟନାୟକ, ୱେବ ଡିଜାଇନର ତାପଶ ରଞ୍ଜନ ନନ୍ଦ ଓ ରାଜେଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ।
ସୂଚନା ଯୋଗ୍ୟ ୨୦୧୭ ଅପ୍ରେଲ ୨ ତାରିଖରୁ ଆରମ୍ଭ ହୋଇଥିବା ସମାଜ ଲାଇଭ.ଇନ୍‍ ବା ‘ସମାଜ’ ପୋର୍ଟାଲ କଟକ ଗୋପବନ୍ଧୁ ଭବନ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛି । ରାଜ୍ୟର ଅଗ୍ରଣୀ ନ୍ୟୁଜ୍‍ ପୋର୍ଟାଲ ଭାବେ ସୁନାମ ଅର୍ଜନ କରିଥିବା ‘ସମାଜ’ ପୋର୍ଟାଲ ଖୁବ ଶୀଘ୍ର ଭୁବନେଶ୍ୱର ଶାଖା କାର୍ଯ୍ୟାଳୟକୁ ସ୍ଥାନାନ୍ତର ହେବାକୁ ଯାଉଛି ।

Hot this week

ନ୍ୟାୟପାଳିକା, ପ୍ରେସ୍‌ ପ୍ରତି ଜନବିଶ୍ବାସ ରହିଛି : ମାଲବ୍ୟ

ଭୁବନେଶ୍ୱର: ଏବେ ଖବରର ରୁଚି ବଦଳିଛି। ଲୋକ ଯାହା ଚାହୁଁଛନ୍ତି ତାହା...

ଆଜି ସରକାର ଗଠନ ଦାବି କରିବେ ନୀତୀଶ !

ପାଟନା: ବିହାର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସର୍ବାଧିକ ୨୦୨ ଆସନରେ...

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

Related Articles

Popular Categories