www.samajalive.in
Saturday, December 6, 2025
19.1 C
Bhubaneswar

ଡ଼କାୟତ ଆକ୍ରମଣରେ ୨ ଗୁରୁତର , ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ

ଯାଜପୁର : ଯାଜପୁର ବିଞ୍ଝାରପୁର ଥାନା ଅନ୍ତର୍ଗତ ଆଉଁରି ପଞ୍ଚାୟତ କୁଆଁରପୁର ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଡ଼କାୟତି ହୋଇଛି। ଡ଼କାୟତଙ୍କ ଆକ୍ରମଣରେ ମା’ ଓ ଝିଅ ଗୁରୁତର ହୋଇଛନ୍ତି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, କୁଆଁରପୁର ଗାଁର ରମାକାନ୍ତ ମହଲଙ୍କ ଘରେ ବିଳମ୍ବିତ ରାତିରେ ୭ଜଣ ଦୁର୍ବୃତ୍ତ ଘରର କବାଟ ଭାଙ୍ଗି ଟଙ୍କା ଓ ସୁନା ଲୁଟ କରିଥିଲେ। ପରିବାର ଲୋକେ ପ୍ରତିବାଦ କରିବାରୁ ସେମାନଙ୍କୁ ଦୁର୍ବୃତ୍ତମାନେ ଶାବଳ ଓ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ମା’ ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା ସହ ଡ଼କାୟତମାନଙ୍କୁ ଶୀଘ୍ର ଗିରଫ କରାଯିବ ପାଇଁ ଉଦ୍ୟମ ହେଉଛି ବୋଲି ଥାନା ଅଧିକାରୀ କହିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories