କ୍ରିକେଟ ମ୍ୟାଚରେ ସଂସ୍କୃତ ଭାଷାରେ ଧାରା ବିବରଣୀ ଦେଲେ ଭାଷ୍ୟକାର, ଭିଡିଓ ପ୍ରଘଟ ପରେ ଆଇପିଏଲରେ ସାମିଲ କରିବାକୁ ପ୍ରଶଂସକଙ୍କ ଦାବି

ସମାଜ ଡିଜିଟାଲ ଡେସ୍କ: ତାମିଲ, କନ୍ନଡ଼, ତେଲୁଗୁ ସମେତ ୧୨ଟି ଆଞ୍ଚଳିକ ଭାଷାରେ କ୍ରିକେଟ ମ୍ୟାଚ୍‌ର ଧାରା ବିବରଣୀ ପ୍ରସାରଣ କରି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଏକ ବୈପବ୍ଳିକ ପରିବର୍ତ୍ତନ ଆଣିଛି। ଏହି ପଦକ୍ଷେପ ଭିନ୍ନ ଭିନ୍ନ ଭାଷାର ଦର୍ଶକଙ୍କୁ କ୍ରିକେଟ ସହିତ ବାନ୍ଧି ରଖିବାରେ ସମର୍ଥ ହୋଇଛି। ତେବେ ବର୍ତ୍ତମାନ ଏକ ଆଞ୍ଚଳିକ କ୍ରିକେଟ ମ୍ୟାଚ ସମୟରେ ଜଣେ ଭାଷ୍ୟକାର ସଂସ୍କୃତ ଭାଷାରେ ଧାରା ବିବରଣୀ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ବହୁ ଲୋକ ଏହାକୁ ପ୍ରଶଂସା କରିଛନ୍ତି। ଆଇପିଏଲରେ ଅନ୍ୟ ଭାଷାଗୁଡ଼ିକ ପରି ସଂସ୍କୃତ ଭାଷାରେ ଧାରା ବିବରଣୀ ବ୍ୟବସ୍ଥା କରିବାକୁ ପ୍ରଶଂସକମାନେ ଦାବି କରିଛନ୍ତି।

 

View this post on Instagram

 

A post shared by Samashti Gubbi (@sanskritsparrow)

ଅରୁଣ କୁମାର କାଲାଗୀଙ୍କ ଦ୍ଵାରା ସଂସ୍କୃତ ଭାଷାରେ ଏହି ଧାରା ବିବରଣୀ ଦିଆଯାଇଛି। ଯାହା ସଂସ୍କୃତ ଭାଷାର ସୌନ୍ଦର୍ଯ୍ୟକୁ ପ୍ରତିପାଦିତ କରିଛି। କର୍ଣ୍ଣାଟକ ସଂସ୍କୃତ ବିଶ୍ଵବିଦ୍ୟାଳୟ ଏବଂ ଭାଷା ଶିକ୍ଷଣ ସଂଗଠନ ‘ସ୍ଥାୟୀ’ର ମିଳିତ ପ୍ରୟାସରେ ଏହା ସମ୍ଭବ ହୋଇପାରିଛି। ଲକ୍ଷାଧିକ ଦର୍ଶକ ସାମାଜିକ ଗଣମାଧ୍ୟମରେ ଏହି ଭିଡିଓକୁ ପସନ୍ଦ କରିବା ସହିତ ଦେଖିଛନ୍ତି। ଏହି ଭିଡିଓ ଜରିଆରେ ଭାରତର ପାରମ୍ପରିକ ଭାଷାର ସଂରକ୍ଷଣ ଏବଂ ପ୍ରୋତ୍ସାହନର ଗୁରୁତ୍ଵକୁ ଦର୍ଶାଯାଇଛି।

Comments are closed.