www.samajalive.in
Monday, December 15, 2025
14.1 C
Bhubaneswar

ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ନିମନ୍ତେ ପ୍ରଶିକ୍ଷଣ

ବାଙ୍କୀ : ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଏକ ସୁସ୍ଥ ଓ ବଳିଷ୍ଠ ଭୋଟର ତାଲିକା ପ୍ରସ୍ତୁତିରେ ନିୟୋଜିତ ହୋଇଥିବା ବି.ଏଲ.ଓ ଏବଂ ସୁପରଭାଇଜର ମାନେ ନିଜକୁ ଶତକଡା ୧୦୦ ଭାଗ ନିୟୋଜିତ କରି କିଭଳି ନିର୍ଭୁଲ ତାଲିକା ଟିଏ ପ୍ରସ୍ତୁତ କରିବେ ସେଥି ନେଇ ବି.ଏଲ.ଓ ସୁପରଭାଇଜର ମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡମପଡା ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ବାଙ୍କୀ ବ୍ଲକର ୧୦୫ ଜଣ ଏବଂ ଡମପଡା ବ୍ଲକର ୯୫ ଜଣ ବି.ଏଲ.ଓ ଏବଂ ସୁପରଭାଇଜର ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବାଙ୍କୀ ଉପଜିଲ୍ଲାପାଳ ରଂଜନ କୁମାର ଜେନା ଉପସ୍ଥିତ ରହି ପ୍ରଶିକ୍ଷଣର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଛନ୍ତି । ତହସିଲଦାର ସତ୍ୟନାରାୟଣ ପଣ୍ଡା, ଡେପୁଟି କଲେକ୍ଟର ସୀତାକାନ୍ତ ରାଉତ, ଟ୍ରେଜେରୀ ଅଫିସର ଦେବେନ୍ଦ୍ର ଖଟୁଆ, ଡମପଡା ବ୍ଲକ ବିଡିଓ ଆର୍ତ୍ତବନ୍ଧୁ ଲେଙ୍କା, ସୁପରଭାଇଜର ମାନସ ଦାସ ପ୍ରମୁଖ ସଂକ୍ଷିପ୍ତ ଭୋଟର ତାଲିକାର ସଂଶୋଧନ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ।

ନଭେମ୍ବର ମାସ ୧ ତାରିଖ ଠାରୁ ଚିଠା ଭୋଟର ତାଲିକା ପ୍ରକାଶ ପାଇବା ପରେ ବି.ଏଲ.ଓ ମାନେ କିଭଳି ନୂତନ ଭୋଟର ନାମ ପଞ୍ଜୀକରଣ କରିବେ, ଭୋଟର ତାଲିକାରୁ ନାମ ବାଦ୍ କରାଯିବା ସମ୍ପର୍କରେ ଆବଶ୍ୟକ ଫର୍ମ ପୂରଣ କରି ପାରିବା ନେଇ ପ୍ରଶିକ୍ଷଣ ଦିଆଯାଇଛି । ଗରୁଡ ଆପ୍ ଏବଂ ଭୋଟର ହେଲ୍ପଲାଇନ୍ ଆପ୍ ଜରିଆରେ କିଭଳି ଭୋଟର ତାଲିକା ସଂଶୋଧନ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଛି। ସେହିପରି ମୃତ,ସ୍ଥାନାନ୍ତରିତ ଓ ଦୋହରା ଭୋଟରଙ୍କ ନାମ ତାଲିକାରୁ ବାଦ୍ କରାଯିବା ନେଇ ପ୍ରଶିକ୍ଷଣରେ ଗୁରୁତ୍ୱ ଦିଆଯାଇଛି। କାର୍ଯ୍ୟକ୍ରମରେ ବାଙ୍କୀ ବ୍ଲକ ପଞ୍ଚାୟତ ଅଧିକାରୀ କୁମର ପ୍ରଧାନ, ଉପଜିଲ୍ଲାପାଳ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଲକ୍ଷ୍ମୀପ୍ରିୟା ସିଂହ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ମାନେ ପ୍ରଶିକ୍ଷଣ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରଙ୍ଗ ବ୍ଲକର ୩୫ ଜଣ ବି.ଏଲ.ଓ ଙ୍କୁ ବାରଙ୍ଗ ବ୍ଲକ ପରିସରରେ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇଥିବା ସୂଚନା ମିଳିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories