www.samajalive.in
Tuesday, December 9, 2025
15.1 C
Bhubaneswar

ସୁଟିଂରେ ଯୋଗ ଦେବେ ସଞ୍ଜୟ

କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ସଞ୍ଜୟ ଦତ୍ତ। ପ୍ରଶଂସକ ଓ ବଲିଉଡ ସାଥି ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି। ସଞ୍ଜୟଙ୍କ ପତ୍ନୀ ମାନ୍ୟତା ମଧ୍ୟ ଏକ ସାକ୍ଷାତକାର୍‌ରେ କହିଛନ୍ତି, ଦୁହେଁ ବହୁ କଷ୍ଟ ସମୟ ଅତିବାହିତ କରିଛନ୍ତି। ଏଣୁ ଏଇ ସମୟ ମଧ୍ୟ ଭଲରେ ହିଁ ଅତିବାହିତ ହେବ ବୋଲି ତାଙ୍କ ଆଶା। ନିକଟରେ ସଞ୍ଜୟଙ୍କ ଅଭିନୀତ ‘ସଡ଼କ-୨’ ମୁକ୍ତିଲାଭ କରିଥିଲା। ହେଲେ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଆକୃଷ୍ଟ କରିପାରିନାହିଁ। ବିବାଦ ମଧ୍ୟରେ ମୁକ୍ତିଲାଭ କରିଥିବାରୁ ଏଭଳି ପରିଣାମ ହୋଇଥିବାର ସମୀକ୍ଷକଙ୍କ ମତ। ସଞ୍ଜୟ ସୁସ୍ଥ ହେବା ପାଇଁ ଲମ୍ବା ସମୟ ଲାଗିପାରେ। ନିୟମିତ ଚିକିତ୍ସାଳୟ ଯାଇ ଚେକଅପ୍ ଓ ଚିକତ୍ସା କରାଇବା ସହ ଆଗାମୀ ଦିନରେ ସେ ସୁଟିଂରେ ଯୋଗ ଦେବେ ବୋଲି ସ୍ପଷ୍ଟ ହୋଇଛି। ଆଗାମୀ ଚଳଚ୍ଚିତ୍ର ‘ଶମଶେରା’ର କେତୋଟି ଦୃଶ୍ୟ ସୁଟିଂ ହେବାର ଅଛି। ଯଥାଶୀଘ୍ର ସଞ୍ଜୁ ଏହାର ସୁଟିଂ କରିବାକୁ ଚାହୁଁଥିବାର ନିର୍ଦେଶକ ଓ ପ୍ରଯୋଜକଙ୍କୁ ଅବଗତ କରାଇଛନ୍ତି। ୟଶ୍‌ରାଜ୍ ଷ୍ଟୁଡିଓରେ ୨ଦିନ ସୁଟିଂ ହେବ ବୋଲି ଜଣାପଡ଼ିଛି। ଏହା ପରେ ତାଙ୍କର ପୁଣି ଚିକିତ୍ସା ଆରମ୍ଭ ହେବ ବୋଲି ପତ୍ନୀ ମାନ୍ୟତା କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories