ମା’ ହେବେ ସାନିଆ ମିର୍ଜା

0

ନୂଆଦିଲ୍ଲୀ : ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଗର୍ଭବତୀ ଅଛନ୍ତି । ଅକ୍ଟୋବର ତାଙ୍କର ପ୍ରଥମ ସନ୍ତାନ ଜନ୍ମଲାଭ କରିବ ବୋଲି ଆଶା କରାଯାଉଛି । ଅପ୍ରେଲ ୧୨ରେ ସ୍ୱାମୀ ପାକିସ୍ତାନ କ୍ରିକେଟର ଶୋହେବ ମଲ୍ଲିକଙ୍କ ସହ ସାନିଆ ୮ମ ବିବାହ ବାର୍ଷିକୀ ଉତ୍ସବ ପାଳନ କରିଥିଲେ । ସାନିଆଙ୍କ ଗର୍ଭବତୀ ନେଇ ତାଙ୍କ ସ୍ୱାମୀ ତଥା କ୍ରିକେଟର ଶୋହେବ ମଲ୍ଲିକ ସୂଚନା ଦେଇଛନ୍ତି । ୩୧ ବର୍ଷିୟ ଟେନିସ୍‌ ତାରକା ସାନିଆ ଆଣ୍ଠୁ ଜନିତ ସମସ୍ୟାରେ ପଡିବା ପରଠାରୁ ୨୦୧୭ ଅକ୍ଟୋବରରୁ ଖେଳରୁ ଦୂରରେ ଅଛନ୍ତି । ତାଙ୍କ ପିଲା ହେଲେ ସେ ଉଭୟ ବାପା ଓ ମାଆଙ୍କ ସାଙ୍ଗିଆ ରଖିବ ବୋଲି ସାନିଆ ପୂର୍ବରୁ ସୂଚନା ଦେଇଛନ୍ତି ।

Leave A Reply