www.samajalive.in
Saturday, December 6, 2025
14.1 C
Bhubaneswar

ଶନି ଦଶାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଜ୍ୟୋତିଶ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଜାତକରେ ଶନିଙ୍କ ସ୍ଥିତି ଖରାପ ଥିଲେ ସୌଭାଗ୍ୟ ମିଳିନଥାଏ। ବହୁ ପରିଶ୍ରମ କଲେ ମଧ୍ୟ କାର୍ଯ୍ୟରେ ଆଶାନୁରୂପକ ସଫଳତା ମିଳିନଥାଏ। ମାତ୍ର ଶନି ପ୍ରସନ୍ନ ହେଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବା ସହ ବହୁ ବାଧାବିଘ୍ନ ଦୂର ହୋଇଥାଏ। ତେଣୁ କିଛି ଏପରି ଉପାୟ ଅଛି ଯାହାକୁ ଆପଣେଇବା ଦ୍ୱାରା ଶନିଙ୍କ ବିଶେଷ କୃପା ମିଳିଥାଏ। କାର୍ଯ୍ୟରେ ସଫଳତା ସହ ଧନର ମଧ୍ୟ ପ୍ରାପ୍ତି ହୋଇଥାଏ। ଶନି ଦଶା ଦୂର ହୋଇଥାଏ। ଜାଣନ୍ତୁ ଏହା ବିଷୟରେ …..
ଶନିବାରରେ ନିରାମିଷ ଖାଇବା ଉଚିତ। ସୂଯ୍ୟାସ୍ତ ପରେ ହନୁମାନଙ୍କୁ ପୂଜା କରିବା ଆବଶ୍ୟକ। ପୂଜାରେ ସିନ୍ଦୂର, ରାଶି ଲଡ଼ୁ, ଅପରାଜିତା ଫୁଲ ବ୍ୟବହାର କରନ୍ତୁ। ହନୁମାନଙ୍କୁ ପୂଜା କଲେ ଶନିଙ୍କ କୁପ୍ରଭାବ ଜାତକରେ ପଡ଼ିନଥାଏ।
ଶନିବାରରେ ମାଙ୍କଡ଼ ଓ କଳା କୁକୁରକୁ ଲଡ଼ୁ ଖାଇବାକୁ ଦିଅନ୍ତୁ। ଏହା କରିବା ଦ୍ୱାରା ବହୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ।
କଳା ଗାଈଙ୍କୁ ପୂଜା କରିବା ସହ ତାଙ୍କୁ ତିଳକ ଓ ଚାଉଳ ପ୍ରଦାନ କରନ୍ତୁ। ଏହା ଦ୍ୱାରା ଶନିଙ୍କ ବିଶେଷ କୃପା ମିଳିଥାଏ। ଶନି ଦଶା ଦୂର ହୋଇଥାଏ।
ଶନିବାରରେ ଏକ ପାତ୍ରରେ ତେଲ ନେଇ ସେଥିରେ ନିଜ ମୁହଁ ଦେଖନ୍ତୁ। ଏହା ପରେ ଏହି ତେଲକୁ ଏକ ଗରିବ ବ୍ୟକ୍ତିକୁ ଦାନ କରି ଦିଅନ୍ତୁ। ଏହା ମଧ୍ୟ ବହୁ ଶୁଭ ଫଳ ପ୍ରଦାନ କରିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories