www.samajalive.in
Saturday, December 6, 2025
23.1 C
Bhubaneswar

ସର୍ଟ ସର୍କିଟ ଯୋଗୁଁ ଧାମରା ବନ୍ଦରରେ ୩ ଶ୍ରମିକ ଆହତ, ୨ଜଣ କଟକ ସ୍ଥାନାନ୍ତରିତ

ଧାମରା: ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ଥିବା ଏକ ସାର ଗୋଦାମରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ୩ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଦୁଇ ଶ୍ରମିକଙ୍କ ହାତ ପୋଡି ଯାଇଛି ବୋଲି ବିଏମଏସର ସଂପାଦକ ମନୋଜ ବସନ୍ତ ରାୟ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଧାମରାରେ ଚିକିତ୍ସାଧୀନ ଥିବା ଶ୍ରମିକ ଅବସ୍ଥା ଅବସ୍ଥା ସଙ୍କଟାପନ୍ନ ରହିଛି।

ସର୍ଟ ସର୍କିଟରେ ଆହତ ହୋଇଥିବା ସମସ୍ତ ଶ୍ରମିକଙ୍କ ଘର ବିହାର ରାଜ୍ୟରେ ବୋଲି ଜଣାପଡିଛି। କଟକ ସ୍ଥାନାନ୍ତରିତ ହୋଇଥିବା ଦୁଇ ଜଣ ଆହତ ଶ୍ରମିକଙ୍କ ନାମ ହେଲା ରାଜାରାମ(୨୮)  ଏବଂ  ଜୟିରାମ(୩୦)। ସେହିପରି ଧାମରାରେ ଚିକିତ୍ସିତ ହେଉଥିବା ଶ୍ରମିକର ନାମ ବୁଲବୁଲ। ଧାମରା ବନ୍ଦରରେ ବିଦ୍ୟୁତ ନିରାପତ୍ତା ବ୍ୟବସ୍ଥା ନଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ଭାରତୀୟ ମଜଦୁର ସଂଘ ପକ୍ଷରୁ  ଦାବି ହୋଇଛି। ଏହା ସହ ଶ୍ରମ ବିଭାଗ ଶ୍ରମିକଙ୍କ ସ୍ବାର୍ଥକୁ ଅଣଦେଖା କରୁଛି ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories