www.samajalive.in
Sunday, December 7, 2025
16.1 C
Bhubaneswar

ଆତିଥ୍ୟରେ ଅଭିଭୂତ, ଭାରତ-ଚୀନ ଦୁଇ ଗୁରୁତ୍ଵପୂର୍ଣ୍ଣ ପଡ଼ୋଶୀ: ଜିନପିଙ୍ଗ

ଚେନ୍ନାଇ: ଭାରତକୁ ଆସି ମୁଁ ଅତ୍ୟନ୍ତ ଖୁସି। ଆପଣଙ୍କ ଆତିଥ୍ୟରେ ମୁଁ ଅଭିଭୂତ। ଏହା ମୁଁ ଏବଂ ମୋର ସାଥୀମାନଙ୍କ ପାଇଁ ସ୍ମରଣୀୟ ଅନୁଭୂତି ହୋଇ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ମାମଲାପୁରମରେ ଅନୁଷ୍ଠିତ ଅନୌପଚାରିକ ବୈଠକରେ ଯୋଗଦେବା ଅବସରରେ ଏହା କହିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ବୈଠକରେ ଜିନପିଙ୍ଗ କହିଥିଲେ, ଗତକାଲି ମଧ୍ୟ ଆମେ ଅତ୍ୟନ୍ତ ସହୃଦୟ ଭାବେ କଥା ହୋଇଥିଲେ। ଦୁଇ ଭଲ ବନ୍ଧୁ ଭାବେ ଆମେ ଦ୍ବିପାକ୍ଷିକ ସମ୍ପର୍କ ନେଇ କଥା ହୋଇଥିଲେ। ଭାରତ ଏବଂ ଚୀନ ଦୁଇ ଗୁରୁତ୍ଵପୂର୍ଣ୍ଣ ପଡ଼ୋଶୀ। ଏଭଳି ଆଲୋଚନା ଆହୁରି ଅଧିକ ହେବା ଦରକାର ବୋଲି ଜିନପିଙ୍ଗ କହିଥିଲେ।

ବୈଠକରେ ମୋଦୀ କହିଥିଲେ, ବର୍ତ୍ତମାନ ଭାରତ ଏବଂ ଚୀନ ଦୁଇ ଅର୍ଥନୈତିକ ସୁପର ପାୱାର। ପୂର୍ବ ବୈଠକରେ ଆମେ ଭଲ ସମ୍ପର୍କ ରଖିବାକୁ କଥା ହୋଇଥିଲେ। ୟୁହାନ ବୈଠକରେ ଦୁଇ ଦେଶ ସୌହାର୍ଦ୍ଦ୍ୟ ସମ୍ପର୍କ ରଖିବେ ବୋଲି କହିଥିଲେ। ମତଭେଦକୁ ମ୍ୟାନେଜ କରି ଆମ ସମ୍ପର୍କ ଆଗକୁ ବଢ଼ିବ ବୋଲି କହିଥିଲୁ। ଦୁଇ ଦେଶ ମଧ୍ୟରେ ବ୍ୟବସ୍ଥାଗତ ସମନ୍ବୟ ବଢ଼ିଛି। ଆଜିର ଚେନ୍ନାଇ କନେକ୍ଟ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବଢ଼ିବ। ଆଜିର ବୈଠକ ଦ୍ବିପାକ୍ଷିକ ସମ୍ପର୍କରେ ନୂଆ ଯୁଗ ଆଣିବ ବୋଲି ମୋଦୀ କହିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories