www.samajalive.in
Monday, December 15, 2025
14.1 C
Bhubaneswar

ସଂଗୀତାୟନ ଉଦ୍‌ଯାପିତ

ଭବାନୀପାଟଣା: କଳାହାଣ୍ଡି ଲେଖକ କଳା ପରିଷଦ ଦ୍ବାରା ସ୍ଥାନୀୟ ଟାଉନ ହଲରେ ଆୟୋଜିତ ଦୁଇ ଦିନିଆ ଶାସ୍ତ୍ରୀୟ ସଂଗୀତ ଏବଂ ଲୋକ ସଂଗୀତର ସମାହାର ‘ସଂଗୀତାୟନ’ ରବିବାର ଉଦ୍‌ଯାପିତ ହୋଇଛି। ଦ୍ଵିତୀୟ ଦିନର ପ୍ରଥମ ଅଧିବେଶନରେ ଡ. ତପନ କୁମାର ରଥଙ୍କ ସଭାପତିତ୍ୱ ଓ ଡ. ଅଜୟ କୁମାର ମିଶ୍ରଙ୍କ ସଂଯୋଜନାରେ ପରିଷଦ ସଭାଗୃହରେ ‘ପାରମ୍ପରିକ ଲୋକ ସଂଗୀତର ରୂପାନ୍ତର ଓ ଆମ ସଂସ୍କୃତି’ ସଂକ୍ରାନ୍ତରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ପରମେଶ୍ୱର ମୁଣ୍ଡ ପ୍ରାସଙ୍ଗିକ ଭିତ୍ତି ପ୍ରବନ୍ଧ ଉପସ୍ଥାପନା କରି ଥିବାବେଳେ ସୀମାଞ୍ଚଳ ନାଗ, ଧ୍ୟାନାନନ୍ଦ ପଣ୍ଡା ଓ କମଳ କିଶୋର ଶତପଥୀ ଆଲୋଚକ ଭାବେ ଯୋଗଦେଇଥିଲେ। ଭାବାବେଗ ଓ ଜୀବନଚର୍ଯ୍ୟାକୁ ପରସ୍ପର ମଧ୍ୟରେ ବିନିମୟର ପ୍ରକୃଷ୍ଠ ମାଧ୍ୟମ ହିଁ ଲୋକ ସଂଗୀତ। ସମୟ ସ୍ରୋତରେ ତାହା ଆଜି ପରିବର୍ତ୍ତନ ମୁଦ୍ରାରେ ଅବତୀର୍ଣ୍ଣ ହେଇଛି ବୋଲି ଏଥିରେ ମତ ପ୍ରକାଶ ପାଇଥିଲା। ଲେଖକ କଳା ପରିଷଦ ସଭାପତି ଉମେଶ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆକାଶବାଣୀ ଭବାନୀପାଟଣାର କାର୍ଯ୍ୟକ୍ରମ ନିଷ୍ପାଦକ ସନ୍ତୋଷ କୁମାର ପିଙ୍ଗ ଏବଂ ବିଶିଷ୍ଟ ସାଂସ୍କୃତି ସଂଗଠକ ଜୟନ୍ତ କୁମାର ବେହେରା ଅତିଥି ଭାବେ ଯୋଗ ଦେଇଥିଲେ। ଗୁରୁ ସୁଧୀର ଚନ୍ଦ୍ର ପଣ୍ଡା ଓ ଗୁରୁ ଚିତ୍ତରଞ୍ଜନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ କଳାକାରଗଣ ଲୋକ ସଂଗୀତ ପରିବେଷଣ କରିଥିଲେ। ପରେ ପରେ ଆକାଶବାଣୀର ଦୁଇ ସ୍ୱୀକୃତିପ୍ରାପ୍ତ କଳାକାର ସମ୍ବଲପୁରର ବିଭୂତି ଭୁଷଣ ପଟ୍ଟନାୟକ ଏବଂ ରାଉରକେଲାର ମୀନତି ପାଣିଗ୍ରାହୀ ଭିନ୍ନ ଭିନ୍ନ ସ୍ୱାଦ ତଥା ଜନପ୍ରିୟ ଲୋକ ସଂଗୀତ ପରିବେଷଣ କରି ଉପସ୍ଥିତ ଶ୍ରୋତାଙ୍କ ମନ୍ତ୍ରମୁଗ୍ଧ କରିଥିଲେ। ତେବେ ଦୁଇଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିତାରରୁ ବଂଶୀ, ସନ୍ତୁରରୁ ତବଲା ଏବଂ କଣ୍ଠ ସଙ୍ଗୀତ ଦର୍ଶକଙ୍କୁ ବିମୋହିତ କରିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories