www.samajalive.in
Thursday, November 13, 2025
25.1 C
Bhubaneswar

ଚହର ବାଦ୍‌ ; ସାମି, ସିରାଜ, ସାର୍ଦୁଳ ଅଷ୍ଟ୍ରେଲିଆ ଯିବେ

ନୂଆଦିଲ୍ଲୀ  : ଅଷ୍ଟ୍ରେଲିଆରେ ଆଉ ମାତ୍ର ୩ ଦିନ ପରେ ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପର ଅଷ୍ଟମ ସଂସ୍କରଣ ଆରମ୍ଭ ହେବାକୁ ଥିବାବେଳେ ଭାରତୀୟ ଦଳର ଆହତ ସମସ୍ୟା ପିଛା ଛାଡୁନି। ପୂର୍ବରୁ ଆହତ ପାଇଁ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବାଦ୍‌ ପଡିଥିଲେ। ଷ୍ଟାଣ୍ଡବାଇ ଖେଳାଳି ଦୀପକ ଚହର ଏବେ ଆହତ ହେବାରୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍‌ ପଡିଛନ୍ତି। ବୁମ୍‌ରା ଓ ଚହର ଟ୍ବେଣ୍ଟି୨୦ ବିଶ୍ବକପରୁ ବାଦ୍‌ ପଡିବାରୁ ଭାରତୀୟ ଦଳରେ ଦ୍ରୁତ ବୋଲର ମହମ୍ମଦ ସାମି, ମହମ୍ମଦ ସିରାଜ ଓ ସାର୍ଦୁଳ ଠାକୁର ଅଷ୍ଟ୍ରେଲିଆ ଯିବେ। କିନ୍ତୁ ଏହି ୩ ଜଣ ଖେଳାଳିଙ୍କ ମଧ୍ୟରୁ କିଏ ୧୫ଜଣିଆ ଦଳରେ ସ୍ଥାନ ପାଇବେ ସେ ନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରା ଯାଇନାହିଁ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଚହର ଆହତ ହୋଇଥିଲେ। ତାଙ୍କ ପିଠି ଯନ୍ତ୍ରଣା ହେବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ମଧ୍ୟ ବାଦ୍‌ ପଡିଥିଲେ। ତାଙ୍କ ପିଠି ଯନ୍ତ୍ରଣା​‌ ସମସ୍ୟା ଗୁରୁତର ଥିବାରୁ ତାଙ୍କୁ ବେଙ୍ଗାଲୁରୁସ୍ଥ ଜାତୀୟ କ୍ରିକେଟ ଏକାଡେମୀକୁ ଚିକିତ୍ସା ଲାଗି ପଠା ଯାଇଥିଲା। ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ତାଙ୍କୁ ଟ୍ବେଣ୍ଟି୨୦ ଷ୍ଟାଣ୍ଡବାଇ ଦଳରୁ ବାଦ୍‌ ଦିଆଯାଇଛି। ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ଚହରଙ୍କ ପିଠି ଯନ୍ତ୍ରଣା ପୁଣି ଦେଖାଦେଇଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ କିିଛିଦିନ ଲାଗିବ। ବିସିସିଆଇ ବିଶ୍ବକପ ପାଇଁ ୩ ଜଣଙ୍କୁ ଅଷ୍ଟ୍ରେଲିଆ ପଠାଇବାକୁ ନିଷ୍ପତ୍ତି ନେଇଛି। ମହମ୍ମଦ ସାମି, ମହମ୍ମଦ ସିରାଜ ଓ ସାର୍ଦୁଳ ଠାକୁର ଅଷ୍ଟ୍ରେଲିଆ ଯିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ବଦଳ ଖେଳାଳି ନାମ ଘୋଷଣା କରିବାକୁ ବିସିସିଆଇ ନିକଟରେ ଅକ୍ଟୋବର ୧୫ ପର୍ଯ୍ୟନ୍ତ ସମୟ ରହିଛି। ଉପରୋକ୍ତ ୩ ଦ୍ରୁତ ବୋଲରଙ୍କ ଫିଟ୍‌ନେସ୍‌ ଯାଞ୍ଚ କରାଯିବ। ସେହି ଆଧାରରେ ବୁମରାଙ୍କ ବଦଳ ଖେଳାଳି ଭାବେ କିଏ ୧୫ ଜଣିଆ ଦଳରେ ସାମିଲ ହେବେ; ତାହାର ନିଷ୍ପତ୍ତି ନିଆଯିବ। ବୁମ୍‌ରାଙ୍କ ସ୍ଥାନ ନେବା ନେଇ ଏବେ ସିରାଜ୍‌ ଓ ସାମିଙ୍କ ଫିଟ୍‌ନେସ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ରହିବ। ତେବେ ବୁମ୍‌ରାଙ୍କ ସ୍ଥାନନେବା ଦୌଡ଼ରେ ମହମ୍ମଦ ସାମି ଆଗରେ ଅଛନ୍ତି।ସାର୍ଦୁଳ ଠାକୁର ଷ୍ଟାଣ୍ଡବାଇ ରହିବେ। ସେ ଦୀପକ ଚହରଙ୍କ ସ୍ଥାନରେ ଷ୍ଟାଣ୍ଡବାଇ ରହିବେ।
ଭାରତୀୟ ଦଳ : ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ, ଋଷଭ ପନ୍ତ୍‌, ଦୀପକ ହୁଡା, ହାର୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ବିନ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଯୁଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ ଓ ଅର୍ଶଦୀପ୍‌ ସିଂହ।
ଅତିରିକ୍ତ ଖେଳାଳି: ମହମ୍ମଦ ସାମି ଓ ମହମ୍ମଦ ସିରାଜ, ଷ୍ଟାଣ୍ଡବାଇ: ଶ୍ରେୟାସ ଆୟର, ରବି ବିଷ୍ଣୋଇ, ସାର୍ଦୁଳ ଠାକୁର।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories