ବୁର୍ଲା: ସମ୍ବଲପୁର ବିଶ୍ଵବିଦ୍ୟାଳୟର ୩୦ ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର ଯୋଗ ଦେଇଥିଲେ । ସମ୍ଵଲପୁର ଵିଶ୍ବଵିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ଵେହେରା ଅତିଥି ପରିଚୟ ପ୍ରଦାନ କରିଵା ସହିତ ଉପଲଵ୍ଧି ଏବଂ ଉତ୍କର୍ଷତା ଵିଷୟରେ ଆଲୋକ ପାତ କରିଥିଲେ। ସମ୍ବଲପୁର ବିଶ୍ବ ବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଷୀ ଲାଲ ଯୋଗ ଦେଇ ୪୯ ଛାତ୍ରଛାତ୍ରୀଙ୍କୁ ଗୋଲ୍ଡ ମେଡାଲ, ୮୬ ଜଣ ଛାତ୍ରଛାତ୍ରୀଙ୍କ ପି.ଏଚ.ଡି , ୫ ଜଣ ଛାତ୍ରଛାତ୍ରୀଙ୍କୁ ଡିଲିଟ ଓ ଜଣଙ୍କୁ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଛି । ତେଵେ ୨୫ ହଜାର ଛାତ୍ରଛାତ୍ରୀଙ୍କୁ ଗ୍ରାଜୁଏଟ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ଅନ୍ତର୍ଗତ ୨୩୯ କଲେଜର ଗ୍ରାଜୁଏଟ ଛାତ୍ରଛାତ୍ରୀ ଦୁଇ ବର୍ଷ ମଧ୍ୟରେ ଦୁଇ ଲକ୍ଷ ସାର୍ଟିଫିକେଟ ପ୍ରଦାନ କରାଯିବ । ଏହି ଅବସରରେ ଡ. ଅଜିତ କୁମାର ମହାନ୍ତିଙ୍କୁ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ଡକ୍ଟରେଟ ରେ ସମ୍ମାନିତ କରାଯାଇଥିବା ବେଳେ ପଶ୍ଚିମ ଓଡିଶାର ନାଟ୍ୟକାର ତଥା ନିର୍ଦେଶକ ଅଟଳ ବିହାରୀ ପଣ୍ତାଙ୍କୁ କଳାକ୍ଷେତ୍ରେ ଉଲ୍ଲେଖନୀୟ ଅବଦାନ ପାଇ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଥିଲା । ଶେଷରେ କୁଳସଚିଵ ପ୍ରଫେସର ଏସ.କେ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



