ମୁମ୍ବଇ : ଆସନ୍ତା କାଲି ଅର୍ଥାତ୍ ଶନିବାର ମହାରାଷ୍ଟ୍ରରେ ବହୁମତ ପରୀକ୍ଷା(ଫ୍ଲୋର ଟେଷ୍ଟ) ହୋଇପାରେ। ପ୍ରଥମେ ବିଧାନସଭାରେ ସଦସ୍ୟମାନେ ଶପଥ ଗ୍ରହଣ କରିବେ, ଏହା ପରେ ବହୁମତ ପରୀକ୍ଷା ଅର୍ଥାତ ଫ୍ଲୋର ଟେଷ୍ଟ କରାଯିବ। ଏଥିପାଇଁ ଏନସିପିର ଦିଲ୍ଲିପ ପାଟିଲଙ୍କୁ କାମଚଳା ବାଚସ୍ପତି(ପ୍ରୋଟେମ ସ୍ପିକର) ରୂପେ ନିଯୁକ୍ତ କରାଯିବ। କାମଚଳା ବାଚସ୍ପତି ସମସ୍ତ ବିଧାୟକଙ୍କୁ ପ୍ରଥମେ ଶପଥ ପାଠ କରାଇବେ। ଏହାପୂର୍ବରୁ ବିଜେପି ବିଧାୟକ କାଳିଦାସ କୋଲମ୍ବକର ଏହି ପଦରୁ ଇସ୍ତଫା ଦେଇଥିଲେ।
A special session of the Maharashtra assembly called for tomorrow. https://t.co/K7lpNWmUzv
— ANI (@ANI) November 29, 2019



