www.samajalive.in
Saturday, December 6, 2025
15.1 C
Bhubaneswar

ଶୀତଳ ଷଷ୍ଠୀ ଯାତ୍ରା: ଆଜି ଶିବ ବିବାହ

ସମ୍ବଲପୁର: ଆଜି ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା। ଏଥିଲାଗି ପୁରା ସମ୍ବଲପୁର ସହର ଉତ୍ସବମୂଖର ହୋଇଉଠିଛି। ଆଜି ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ ଥିବାବେଳେ ମଙ୍ଗଳବାର ଶୀତଳ ଷଷ୍ଠୀ ପର୍ବ ପାଳିତ ହେବ। ଏଥିଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଘଣ୍ଟ, ଘଣ୍ଟା , ଦୁଲଦୁଲି, ଆଦିବାସୀ ନୃତ୍ୟରେ ଦୁଲୁକିବ ସମ୍ବଲପୁର ସହର । ରାଜ୍ୟ ବାହାରୁ ମଧ୍ୟ ବହୁ ସାଂସ୍କୃତିକ ଦଳ ଆସି ଏହି ପର୍ବରେ ସାମିଲ ହେବେ। ଲୋକ ନୃତ୍ୟ, ଲୋକ ବାଦ୍ୟର ତାଳେ ତାଳେ ଶୋଭାଯାତ୍ରା କନ୍ୟା ଘର ଅଭିମୁଖେ ଅଗ୍ରସର ହେବେ। ସେଠାରେ ପହଞ୍ଚିବା ପରେ ପାରମ୍ପରିକ ବୈଦିକ ରୀତିନୀତି ସହକାରେ ଦେବ ବିବାହ ସମ୍ପନ୍ନ ହେବ। ହର-ପାର୍ବତୀଙ୍କ ବିବାହ ଉତ୍ସବ ଲାଗି ବିଭିନ୍ନ ଶିବାଳୟ ଗୁଡିକୁ ରଙ୍ଗୀନ୍ ଆଲୋକମାଳାରେ ସଜ୍ଜିତ କରାଯାଇଛି। ରବିବାର ରାତିରେ ଦେବ ନିମନ୍ତ୍ରଣ କାର୍ଯ୍ୟ ଗୁଆଗୁଣ୍ଡା ସମ୍ପନ୍ନ ହୋଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories