ସମ୍ବଲପୁର: ସମ୍ବଲପୁରରେ ବନ୍ଧୁକ କାରାବାରରେ ସଂଶ୍ଲିଷ୍ଟ ବଡ ଅପରାଧି ଗ୍ୟାଙ୍ଗକୁ ସମ୍ବଲପୁର ପୁଲିସ ଧରିଛି। ସେମାନଙ୍କ ନିକଟରୁ ୮ ଟି ବନ୍ଧୁକ ସହ ୨୨ ଟି ଅଫୁଟା ଗୁଳି, ଗୋଟିଏ ଖଣ୍ଡା, ୩ ଟି ଗାଡି, ୬ଟି ମୋବାଇଲ, ୧୧ ଲକ୍ଷ ୨୦ ହଜ଼ାର ୮୫୦ ଟଙ୍କା ଜବତ ସହିତ ୬ ଜଣଙ୍କୁ ଗିରଫ କରାଯାଇଛି। ସମ୍ବଲପୁରର ଧନୁପାଲି ଥାନା ଅନ୍ତର୍ଗତ ମହମ୍ମଦ ସମସେର ଓରଫ ପାଗଳ (୩୯), ମହମ୍ମଦ ମୋସିମ (୪୧), ଠେଲକୋଲୋଇ ଥାନା ଅନ୍ତର୍ଗତ ମୁନୁ ପାଣ୍ଡେ (୨୩), ମୋହିତ ପାଶ୍ବାନ (୨୦), ଅଇଁଠାପାଲି ଥାନା ଅନ୍ତର୍ଗତ ସନ୍ତୋଷ ମହାରଣା (୩୮) ଓ ବୁର୍ଲା ଥାନା ଅନ୍ତର୍ଗତ ମହମ୍ମଦ ଅହମଦ (୪୨)ଙ୍କୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଜବତ ବନ୍ଧୁକ ଗୁଡିକ ରାଜ୍ୟ ବାହାରୁ ଓଡିଶାକୁ ଚାଲାଣ ହେଉଥିବା ଜଣାପଡିଛି। ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି ବୋଲି ସମ୍ବଲପୁର ଏସପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ସହିତ କିଛି ରାଜନେତାଙ୍କ ସମ୍ପୁକ୍ତ ଥିବା ମଧ୍ୟ ଅଭିଯୋଗ ହୋଇଛି।
Popular Categories



