www.samajalive.in
Sunday, December 14, 2025
14.1 C
Bhubaneswar

ରିଲିଜ୍‌ ହେଲା ‘ବୱାଲ’ ଟ୍ରେଲର: ପ୍ରଶଂସା ସାଉଁଟୁଛି ବରୁଣ-ଜାହ୍ନବୀ ଯୋଡ଼ି

ମୁମ୍ବାଇ: ବଲିଉଡ଼ ଅଭିନେତା ବରୁଣ ଧାୱନ ଓ ଜାହ୍ନବୀ କପୁର ଅଭିନୀତ ଚଳଚ୍ଚିତ୍ର ‘ବୱାଲ’ର ବହୁପ୍ରତୀକ୍ଷିତ ଟ୍ରେଲର ରିଲିଜ୍‌ ହୋଇଛି। ଦୁବାଇରେ ଏକ କାର୍ଯ୍ୟକ୍ରମ ସମୟରେ ଏହାକୁ ଲଞ୍ଚ୍‌ କରାଯାଇଛି। ଫିଲ୍ମରେ ବରୁଣ ଓ ଜାହ୍ନବୀ ପତି-ପତ୍ନୀ ଭାବେ ଅଭିନୟ କରିଛନ୍ତି। ଟ୍ରେଲର ଲୋକଙ୍କୁ ବେଶ୍‌ ପସନ୍ଦ ଆସିଛି।

ଆମାଜନ ପ୍ରାଇମ ଭିଡିଓର ଅଫିସିଆଲ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରୁ ଶେୟାର କରାଯାଇଥିବା ତିନି ମିନିଟ୍ ୩ ସେକେଣ୍ଡର ଏହି ଟ୍ରେଲରରେ ବରୁଣ ଏବଂ ଜାହ୍ନବୀଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ପ୍ରଶଂସା କରିଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନୀତେଶ ତିୱାରୀ। ଚଳଚ୍ଚିତ୍ରଟି ଦ୍ୱିତୀୟ ବିଶ୍ୱଯୁଦ୍ଧର ପୃଷ୍ଠଭୂମି ଉପରେ ଆଧାରିତ ଏକ ପ୍ରେମ କାହାଣୀ। ଜୁଲାଇ ୨୧ରୁ ଓଟିଟି ପ୍ଲାଟଫର୍ମ ପ୍ରାଇମ୍‌ ଭିଡିଓରେ ଷ୍ଟ୍ରିମିଙ୍ଗ୍‌ ହେବ ‘ବୱାଲ’। ପ୍ୟାରିସର ପ୍ରତିଷ୍ଠିତ ସାଲେ ଗୁସ୍ତାଭ-ଏଫିଲ ଥିଏଟରରେ ‘ବୱାଲ’ର ପ୍ରିମିୟର ହେବ।

- Advertisement -

ଏହି ଚଳଚ୍ଚିତ୍ର ମାଧ୍ୟମରେ ଜାହ୍ନବୀ କପୁର ଏବଂ ବରୁଣ ଧାୱନ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ। ଏଥିରେ ବରୁଣ ଜଣେ ଇତିହାସ ଶିକ୍ଷକ ଭୂମିକାରେ ଅଭିନୟ କରିଛନ୍ତି, ଯିଏ ଛାତ୍ରମାନଙ୍କୁ ଭୁଲ ଇତିହାସ ପଢାନ୍ତି, ଯାହା ପରବର୍ତ୍ତୀ ସମୟରେ ‘ବୱାଲ’ର କାରଣ ସାଜୁଛି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories