www.samajalive.in
Saturday, December 6, 2025
23.1 C
Bhubaneswar

ବିଜେପିର ବିକ୍ଷୋଭ ସମୟରେ ଜୟ ନାରାୟଣ ମିଶ୍ର ଓ ପୁଲିସ ଧସ୍ତାଧସ୍ତି

ସମ୍ବଲପୁର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ ନେଇ ବୁଧବାର ସମ୍ବଲପୁର ଜିଲା ବିଜେପି ପକ୍ଷରୁ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ସମୟରେ ବିଜେପି କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ବିଜେପିର ଏହି ଆନ୍ଦୋଳନରେ ସମ୍ବଲପୁର ବିଧାୟକ ତଥା ବରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଥିବା ବେଳେ ତାଙ୍କୁ ମଧ୍ୟ ଧସ୍ତାଧସ୍ତି କରିଥିବା ନେଇ ଅଭିଯୋଗ କରିଛନ୍ତି ନିଜେ ବିରୋଧୀ ଦଳ ନେତା। ଏପରିକି ସମ୍ବଲପୁରର ଜଣେ ନିର୍ଦିଷ୍ଟ ପୁଲିସ ଅଧିକାରୀ ତାଙ୍କୁ ଠେଲିଥିବାର ଅଭିଯୋଗ ଆଣିଛନ୍ତି ଜୟ ନାରାୟଣ। ଏନେଇ ଅତିରିକ୍ତ ଏସପିଙ୍କୁ ପଚାରିବାରୁ ସେ କୌଣସି ପତିକ୍ରିୟା ଦେବାକୁ ମନା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଆଜି ଦିନ ୧୧ଟା ସମୟରେ ଆଶାପାଲି ଅଞ୍ଚଳରୁ ବିଜେପି କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ମୁଖ୍ୟ ରାସ୍ତା ଦେଇ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖ ପାଖକୁ ଆସିଥିଲେ ଓ ଏକ ସଭା ଆୟୋଜନ କରିଥିଲେ। ଏହି ସଭାରେ ବରୋଧୀ ଦଳନେତା ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରି ନାୟକ, କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାୟକ, ବିଜେପି ଜିଲା ସଭାପତି ଗିରିଶ ପଟେଲଙ୍କ ସହ ଅନେକ ବିଜେପି ନେତା ଓ କର୍ମୀମାନେ ଯୋଗ ଦେଇଥିଲେ। ତେବେ ମିଳିଥିବା ଭିଡିଓ ଆଧାରରେ ଜଣେ ମହିଳା ପୁଲିସ ଅଧିକାରୀ ଓ ବିରୋଧି ଦଳ ନେତା ପରସ୍ପର ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସ୍ପଷ୍ଟ ଜଣା ପଡୁଥିବା ବେଳେ କିଏ ପ୍ରଥମେ ଧକ୍କା ମାରିଛି ତାହା ଜଣାପଡି ନାହିଁ।

- Advertisement -

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories