www.samajalive.in
Tuesday, December 9, 2025
15.1 C
Bhubaneswar

ଓବିସି ଜନଗଣନା ନହେଲେ ନିଆଁ ଜଳିବ- ଟିଟିଲାଗଡ଼ ଓବିସି ମଞ୍ଚ

ଟିଟିଲାଗଡ଼ : ଟିଟିଲାଗଡ଼ ଓବିସି ମଞ୍ଚ ପକ୍ଷରୁ ଆଜି ବିଭିନ୍ନ ଦାବି ନେଇ ବିଶାଳ ଶୋଭାଯାତ୍ରା ସହ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡିଶାରେ ଓବିସି ଜନଗଣନା, ଶିକ୍ଷା, ଚାକିରୀ କ୍ଷେତ୍ରରେ ଅଗ୍ରାଧିକାର, ବ୍ୟବସାୟ ଓ ଶିକ୍ଷା କ୍ଷେତ୍ରରେ ଆର୍ଥିକ ପ୍ରୋତ୍ସାହନ, ଓବିସି ସ୍ଵଛଳ ବର୍ଗଙ୍କୁ ମଧ୍ୟ ସମସ୍ତ ସୁବିଧା ପ୍ରଦାନ, ଓଡିଶାରେ କନଷ୍ଟେବଲ ନିଯୁକ୍ତିରେ ଓବିସିଙ୍କ ପାଇଁ ନିଯୁକ୍ତିରେ ଅଗ୍ରାଧିକାର, ଓବିସିଙ୍କ ପାଇଁ ମଣ୍ଡିରେ ଧାନର ପ୍ରକୃତ ମୂଲ୍ୟ ସୁନିଶ୍ଚିତ ଦାବି ହୋଇଛି । ଏହି ମର୍ମରେ ଓବିସି ନେତା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଓବିସି ନେତା ଆଇନଜୀବି ମନୋଜ ହାତୀ ଏବଂ ଆଇନଜୀବି ତୁଳସୀରାମ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ଆଇନଜୀବୀ ସୁମନ୍ତ ସାହୁ, ବାଳକୃଷ୍ଣ ଶାଣ୍ଢ, ଘିନୁ ଆଡ଼ଜୁଆଡ଼ ପ୍ରମୁଖ ସାମିଲ ଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories