www.samajalive.in
Sunday, December 14, 2025
23.1 C
Bhubaneswar

ଜାଣନ୍ତୁ କେଉଁ ଦିନ ରୁଟି ତିଆରି କରିବା ଉଚିତ୍‌‌ ନୁହେଁ.. ହୋଇଥାଏ ଅଶୁଭ

ଜ୍ୟୋତିଷ ଶାସ୍ତ୍ରରେ ଖାଦ୍ୟ ପ୍ରସ୍ତୁତ କରିବାକୁ ନେଇ ଅନେକ ନିୟମ ବର୍ଣ୍ଣନା କରାଯାଇଛି। ଏହି ନିୟମର ସଠିକ୍‌‌ ଭାବେ ପାଳନ କରାନଗଲେ ଜୀବନରେ ଅନେକ ସମସ୍ୟା ଆସୁଥିବା ଦେଖାଯାଏ। ଏପରି ମଧ୍ୟ ଶୁଣିଥିବେ ଏକାଦଶୀରେ ଭାତ ପ୍ରସ୍ତୁତ କରାନଯିବାକୁ କିମ୍ବା ନଖାଇବାକୁ। ମାତ୍ର ଆଉ ଏପରି କିଛି ସମୟ ରହିଛି ଯେଉଁଦିନ ରୁଟି ତିଆରି କରିବା ଉଚିତ ନୁହେଁ। ଏହି ଦିନ ଘରେ ଭୁଲ୍‌‌ରେ ମଧ୍ୟ ରୁଟି ତିଆରି କରନ୍ତୁ ନାହିଁ। ନଚେତ୍‌‌ ମା’ଲକ୍ଷ୍ମୀ କ୍ରୋଧ କରିବା ସହ ଅସନ୍ତୁଷ୍ଟ ହୋଇ ଥାଆନ୍ତି। ଫଳରେ ଆର୍ଥିକ କ୍ଷେତ୍ରରେ ସମସ୍ୟା ସହ ଉନ୍ନତି ହୋଇନଥାଏ। ଘରୁ ସୁଖସମୃଦ୍ଧି ଦୂରେଇ ଯାଏ। ଜାଣନ୍ତୁ..

ଦୀପାବଳୀ ସହ ମା’ଲକ୍ଷ୍ମୀଙ୍କ ଯେକୌଣସି ପୂଜାରେ ରୁଟି ତିଆରି କରନ୍ତୁ ନାହିଁ। ରୁଟି ବ୍ୟତୀତ ପୁରୀ-ହାଲୱା, ତରକାରୀ ତିଆରି କରି ସେବନ କରନ୍ତୁ।

- Advertisement -

ଯେଉଁ ଘରେ କାହାର ମୃତ୍ୟୁ ହୋଇଥାଏ,ସେହି ଦିନ ରୁଟି ସହ ଅନ୍ୟ କୌଣସି ତରକାରୀ ତିଆରି କରନ୍ତୁ ନାହିଁ। ଶାସ୍ତ୍ର ଅନୁଯାୟୀ, ମୃତକଙ୍କ ପରିବାରରେ ୧୩ ଦିନ ପର୍ଯ୍ୟନ୍ତ ରୁଟି ତିଆରି କରିବା ଉଚିତ୍‌‌ ନୁହେଁ। ରୁଟି ତିଆରି କରିବା ଦ୍ୱାରା ଅଶୁଭ ହୋଇଥାଏ।

ପୂର୍ଣ୍ଣିମାରେ ବିଶେଷ କରି ଶରଦ ପୂର୍ଣ୍ଣିମାରେ ରୁଟି ତିଆରି କରନ୍ତୁ ନାହିଁ। ଏହିଦିନ କ୍ଷୀରି ପ୍ରସ୍ତୁତ କରି ରାତିରେ ଜହ୍ନର ରଶ୍ମିରେ ରଖି ଏହାର ସେବନ କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।

ନାଗ ପଞ୍ଚମୀ ଦିନ ଘରେ ରୁଟି ପ୍ରସ୍ତୁତ କରନ୍ତୁ ନାହିଁ।

ମାନ୍ୟତା ଅନୁଯାୟୀ, ଶୀତଳା ଅଷ୍ଟମୀ ଦିନ ମଧ୍ୟ ରୁଟି ପ୍ରସ୍ତୁତ କରିବା ଉଚିତ ନୁହେଁ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories