www.samajalive.in
Saturday, December 6, 2025
16.1 C
Bhubaneswar

ବାତ୍ୟା ପରେ ଶକ୍ତିଶାଳୀ ଭୂକମ୍ପ; ନ୍ୟୁଜିଲାଣ୍ଡରେ ଜନଜୀବନ ଅସ୍ତବ୍ୟସ୍ତ

ୱେଲିଂଟନ: ବାତ୍ୟାର ବିଭୀଷିକାରେ ବେହାଲ୍‌ ନ୍ୟୁଜିଲାଣ୍ଡରେ ଏବେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରାଜଧାନୀ ୱେଲିଂଟନ ନିକଟସ୍ଥ ଲୋୟେର ହଟ୍‌ରୁ ୭୮ କିମି ଦୂର ଉତ୍ତର-ପଶ୍ଚିମ ଦିଗରେ ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୧ ରେକର୍ଡ଼ କରାଯାଇଛି। ତେବେ ୪୮ କିମି ଗଭୀରରୁ ଏହି ଭୂମିକମ୍ପର ଝଟ୍‌କା ଅନୁଭତ ହୋଇଥିବା ନ୍ୟୁଜିଲାଣ୍ଡ ସରକାରୀ ଭୂବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏହା ପାରାପାରଉମୁ ଠାରୁ ୫୦ କିମି ଦୂରରେ ଏଙାର କେନ୍ଦ୍ର ସ୍ଥଳ ରହିଥିଲା। ତେବେ ଏତେ ବଡ଼ ଭୂମିକମ୍ପ ହୋଇଥିଲେ ମଧ୍ୟ କ୍ଷୟକ୍ଷତି ନେଇ ଏପର୍ୟ୍ୟନ୍ତ କୌଣସି ସୂଚନା ମିଳି ପାରିନାହିଁ।

ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ବର୍ତ୍ତମାନ ସାମୁଦ୍ରିକ ଝଡ଼ ଗେବ୍ରିୟଲ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ଝଡ଼ରେ ଦେଶରେ ବନ୍ୟା ପରିସ୍ଥିତି ଦେଖା ଦେଇଥିବା ବେଳେ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି। ବାତ୍ୟା ଯୋଗୁ ୧୬ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସାମୁଦ୍ରିକ ଝଡ଼ ଗାବ୍ରିଏଲାକୁ ରବିବାର ନ୍ୟୁଜିଲାଣ୍ଡ ସ୍ଥଳଭାଗ ଛୁଇଁଥିଲା। ବାତ୍ୟା ତାଣ୍ଡବରେ ନ୍ୟୁଜିଲାଣ୍ଡର ଅନେକ ଅଞ୍ଚଳରେ ସଡ଼କ, ବିଦ୍ୟୁତ୍ ଆଦି ସେବା ବାଧାପ୍ରାପ୍ତ ହୋଇଛି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories