ସ୍ୱାବଲମ୍ବୀ ଭାରତ ଅଭିଯାନ ଅର୍ନ୍ତଗତ ଛାତ୍ରଛାତ୍ରୀଙ୍କୁ ସଚେତନତା କାର୍ଯ୍ୟକ୍ରମ
ସମ୍ବଲପୁର: ସମ୍ବଲପୁରର ଉପକଣ୍ଠସ୍ଥ ଏମ୍ସ କଲେଜ ଠାରେ ସ୍ୱାବଲମ୍ବୀ ଭାରତ ଅଭିଯାନ ଅର୍ନ୍ତଗତ ଏକ ସଚେତନତା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆୟୋଜିତ ହୋଇଯାଇଛି। ଗୁରୁବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ସ୍ୱାବଲମ୍ବୀ ଭାରତ ଅଭିଯାନର ସମ୍ବଲପୁର ଜିଲା ସଂଯୋଜକ ଡା. ପ୍ରଭାସ ଦେବତା ଯୋଗ ଦେଇ ନିଜେ କିଭଳି ଭାବରେ ଉଦ୍ୟମ କରି ସ୍ୱାବଲମ୍ବୀ ହୋଇ ପାରିବେ ତାହା ଉପରେ ବିଭିନ୍ନ ଉଦାହରଣ ଉପସ୍ଥାପନ କରି ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ସ୍ୱାବଲମ୍ବର ଅର୍ଥ କଣ, କିଭଳି ସ୍ୱାବଲମ୍ବୀ ହୋଇ ପାରିବେ, ଶିକ୍ଷା ଗ୍ରହଣ ପରେ ଚାକିରୀ ପଛରେ ନ ଧାଇଁ କିଭଳି ନିଜର ଉଦ୍ୟମରେ ସ୍ୱାବଲମ୍ବୀ ହୋଇ ପାରିବା, ଆଜିର ଦିନରେ ସ୍ୱାବଲମ୍ବୀ ଭାରତର ଆବଶ୍ୟକତା ଆଦି ବିଷୟ ଉପରେ ବକ୍ତା ମାନେ ଆଲୋକପାତ କରିଥିଲେ। ଏହି ଅବସରରେ ଶିକ୍ଷାନୁଷ୍ଠାନର ସିଇଓ ମନୋଜ ବଢ଼େଇ, ସ୍ୱଦେଶୀ ଜାଗରଣ ମଞ୍ଚର ସଂଯୋଜକ ଈଶ୍ୱର ପାଣିଗ୍ରାହୀ ଓ ସ୍ୱାବଲମ୍ବୀ ଭାରତ ଅଭିଯାନର ସଦସ୍ୟ ରାମଚନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସୀନ ରହିଥିଲେ।
Comments are closed.