www.samajalive.in
Monday, December 15, 2025
14.1 C
Bhubaneswar

ସ୍ୱାସ୍ଥ୍ୟ ସଚେତନତା ଓ ଚକ୍ଷୁ ପରୀକ୍ଷା ଶିବିର

ସମ୍ବଲପୁର: ସମ୍ବଲପୁରର ହୀରାଖଣ୍ଡ ନାଗରିକ ପରିଷଦ ପକ୍ଷରୁ ସ୍ଥାନୀୟ ମାନେଶ୍ୱର ସ୍ଥିତ ମାନ୍ଧାତା ବାବା କଲେଜରେ ସ୍ୱାସ୍ଥ୍ୟ ସଚେତନତା ଓ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଡା. ସୁରେଶ ଚନ୍ଦ୍ର ଦାନୀ ଓ ଡା. ଜୟଦେବ ମେହେର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଚକ୍ଷୁ ଓ ସ୍ୱାସ୍ଥ୍ୟର ଯତ୍ନ କିଭଳି ରୂପେ ହୋଇ ପାରିବ ତାହା ଉପରେ ପରାମର୍ଶ ଦେଇଥିଲେ। ପରିଷଦର ସଭାପତି ପ୍ରଫୁଲ୍ଲ ହୋତା ବରିଷ୍ଠ ନାଗରିକ ମାନଙ୍କ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। କଲେଜ ପ୍ରାଙ୍ଗଣରେ ନିମ୍ବଗଛ ଚାରାରୋପଣ କରାଯାଇଥିଲା। ଚକ୍ଷୁ ବିଶେଷଜ୍ଞ ଡା. ସୁରେଶ ଚନ୍ଦ୍ର ଦାନୀ ୯୫ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରି ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅରବିନ୍ଦ ମହାପାତ୍ର, ଗୋପ ରଞ୍ଜନ ଦୁବେ, ନନ୍ଦ କିଶୋର ଦେବତା, ନିର୍ମଳ ମାଇତି, ଧନେଶ୍ୱର ମେହେର, ସିତାଂଶୁ ପଟ୍ଟନାୟକ, ସବିତ ନନ୍ଦନ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ। କଲେଜର ଅଧ୍ୟକ୍ଷ ଗଣ୍ଡାରାମ ଘଡିଏଲ, ଅଧ୍ୟାପକ ସତ୍ୟ ନାରାୟଣ ଠାକୁର, ସତ୍ୟ ନାରାୟଣ ଚୈଧୁରୀ, ଧର୍ମେନ୍ଦ୍ର କୁମାର ଦାସ, ତୋଷଧର ବାରିକ ଓ ମିନାକ୍ଷୀ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories