www.samajalive.in
Sunday, December 14, 2025
19.1 C
Bhubaneswar

ସୁନାପୁର ସମୁଦ୍ର ମୁହାଁଣରେ ଭିତମ ଇଞ୍ଜିନିୟରିଂ କଲେଜର ଛାତ୍ର ନିଖୋଜ

ଗୋପାଳପୁର: ଗୋଳନ୍ଥରା ଥାନା ଅଧୀନ ସୁନାପୁର ବେଳା ଭୂମିକୁ ବୁଲିବାକୁ ଯାଇ ମୁହାଁଣ ଅଞ୍ଚଳରେ ମନ୍ତ୍ରୀଡିଠାରେ ଥିବା ଭିତମ ଇଞ୍ଜିନିୟରିଂ କଲେଜର ଜଣେ ବିଟେକ ଦ୍ୱତୀୟ ବର୍ଷ ଛାତ୍ର ନିଖୋଜ ହୋଇ ଯାଇଥିବା ଜଣାପଡିଛି l ନିଖୋଜ ଛାତ୍ର ଜଣଙ୍କ ହେଲେ ହିଞ୍ଜିଳି କାଟୁ ଅଞ୍ଚଳର ଶକ୍ତି ପ୍ରସାଦ ମହାରଣା ବୋଲି ସୂଚନା ମିଳିଛି l ପ୍ରାପ୍ତ ସୂଚନା ଅନୁଯାଇ, ଆଜି ଭିତମ କଲେଜର ୭ ଜଣ ଛାତ୍ର ସୁନାପୁର ବେଳାଭୂମି ବୁଲିବା ପାଇଁ ଯାଇଥିଲେ l ସେମାନେ ସମୁଦ୍ର ମୁହାଁଣରେ ଗାଧୋଉଥିବା ବେଳେ ଶକ୍ତି ପ୍ରସାଦ ହଠାତ ପାଣିରେ ନିଖୋଜ ହୋଇଯାଇଥିଲେ l ସାଥିରେ ଥିବା ସାଙ୍ଗ ଛାତ୍ର ମାନେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ପାଇନଥିଲେ l ଏନେଇ ଛାତ୍ର ମାନେ ସୁନାପୁର ସାମୁଦ୍ରିକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଖୋଜା ଖୋଜି ଆରମ୍ଭ କରିଥିଲେ ମଧ୍ୟ  କୌଣସି ପତ୍ତା ପାଇ ନଥିବା ଜଣାପଡିଛି। ନିଖୋଜ ଛାତ୍ର ଶକ୍ତି ପ୍ରସାଦ ପ୍ରତିଦିନ ହିଞ୍ଜିଳିକାଟୁରୁ କଲେଜ ଯିବା ଆସିବା କରୁଥିବା ବେଳେ ଆଜି କଲେଜ ଆସିନଥିବା କଲେଜ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories