ଜାଲିଆତି କରି ଜମି ବିକ୍ରି ଅଭିଯୋଗ
ସମ୍ବଲପୁର : ସମ୍ବଲପୁରର ଶାସନ ଥାନା ଅର୍ନ୍ତଗତ ତବଡାବାହାଲ ପଞ୍ଚାୟତର ଭୋଇମୁଣ୍ଡା ଗ୍ରାମରେ ଜାଲିଆତି କରି ଏକ ପରିବାରର ୧ ଏକର ୬୪ ଡିସିମିଲ ଜମି ବିକ୍ରି କରି ଦିଆଯାଇଥିବାର ସଙ୍ଗୀନ ଅଭିଯୋଗ ଜିଲାପାଳଙ୍କ ନିକଟରେ ହୋଇଛି। ସୋମବାର ଜିଲାପାଳଙ୍କ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଉକ୍ତ ଗ୍ରାମରେ ଡାକ୍ତର ଖଡିଆ, ଡମରୁଧର ସୋରେନଙ୍କ ପରିବାରର ନାମରେ ୧ ଏକର ୬୪ ଡିସିମିଲ ଜମିକୁ ଗ୍ରାମରେ ରହୁଥିବା ଜଣେ ବ୍ୟକ୍ତି ଜାଲିଆତି କରି ଅନ୍ୟକୁ ବିକ୍ରି କରି ଦେଇଛନ୍ତି। ଏ ସମ୍ପର୍କରେ ଜାଣିବା ପରେ ଶାସନ ଥାନାରେ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଉକ୍ତ ଜମିହରା ପରିବାର ଜିଲାପାଳଙ୍କ ନିକଟରେ ଅଭିଯୋଗ ପତ୍ର ଦେଇ ଜମି ଫେରି ପାଇବା ପାଇଁ ଅନୁରୋଧ କରିଛନ୍ତି।
Comments are closed.