www.samajalive.in
Saturday, December 6, 2025
26.1 C
Bhubaneswar

ପର୍ସ ପାଇ ଫେରାଇଲେ ସମାଜସେବୀ 

ସମ୍ବଲପୁର : ସମ୍ବଲପୁରର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହିତ ଜଡିତ ତଥା ବିପ୍ର ଫାଉଣ୍ଡେସନର ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଓ ସମାଜସେବୀ ଅନୀଲ ଶର୍ମା ଜଣେ ଯୁବତୀଙ୍କ ପର୍ସ ପାଇ ତାଙ୍କୁ ଫେରାଇଛନ୍ତି। ସୋମବାର ସମାଜସେବୀ ଶ୍ରୀ ଶର୍ମା ରାଉରକେଲାରୁ ସମ୍ବଲପୁରକୁ ରେଳ ଯୋଗେ ସକାଳ ସମୟରେ ଆସୁଥିଲେ। ରାଜଗାଙ୍ଗପୁର ଷ୍ଟେସନ ପରେ ସେ ଶୌଚାଳୟକୁ ଯାଇଥିବା ବେଳେ ସେଠାରେ ଥିବା ଆବର୍ଜନା ଡବାରେ ଏକ ମହିଳା ପର୍ସ ପଡିଥିବାର ଦେଖିଥିଲେ। ଏଣୁ ତାକୁ ଯାଞ୍ଚ କରିବାରୁ ସଙ୍ଗୀତା ଏକ୍କା ନାମକ ଜଣେ ଯୁବତୀଙ୍କ ତାହା ପର୍ସ ବୋଲି ସେଠାରେ ଥିବା ଏଟିଏମ, ଆଧାର, ପ।ନ କାର୍ଡ, ଭୋଟର କାର୍ଡ ଆଦିରୁ ଜଣାପଡିଥିଲା। ଆଧାର କାର୍ଡରେ ଥିବା ଫୋନ ନମ୍ବରକୁ ତୁରନ୍ତ ଶ୍ରୀ ଶର୍ମା ଫୋନ କରିବାରୁ ଉକ୍ତ ଯୁବତୀ ମଧ୍ୟ ସେହି ଟ୍ରେନରେ ଯାତ୍ରା କରୁଥିବାର ଜଣାପଡିଥିଲା। ଏଣୁ ବାମରା ଷ୍ଟେସନ ଠାରେ ଉକ୍ତ ଯୁବତୀଙ୍କ ସହିତ ଭେଟ ହୋଇ ତାଙ୍କର ହଜି ଯାଇଥିବା ପର୍ସକୁ ଶ୍ରୀ ଶର୍ମା ଫେରାଇଥିଲେ। ଏହି ସହାୟତା ପାଇଁ ଯୁବତୀଙ୍କ ସମେତ ସ୍ଥାନୀୟ ନିବାସୀ ଶ୍ରୀ ଶର୍ମାଙ୍କୁ କୃତଜ୍ଞତା ଜଣାଇ ତାଙ୍କର ଉଚ୍ଚ ପ୍ରଶଂସା କରିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories