www.samajalive.in
Saturday, December 6, 2025
23.1 C
Bhubaneswar

ଗଞ୍ଜେଇ ସହ ଗାଡି ଜବତ, ଜଣେ ଗିରଫ

ଫୁଲବାଣୀ : ଫୁଲବାଣୀ ଅବକାରୀ ପାଟ୍ରୋଲିଂ କରୁଥିବା ବେଳେ ରାଣିପଥର ଘାଟି ନିକଟରେ ଗୋଟିଏ ଗାଡି ଅବକାରୀ ମୋବାଇଲ ଟିମକୁ ଦେଖି ଦ୍ରୁତ ଗତିରେ ପଳେଇବା ବେଳେ ଅବକାରୀ ସେହି ଗାଡ଼ିକୁ ଗୋଡ଼ାଇ ଅଟକାଇ ଯାଞ୍ଚ କରିଥିଲେ।ସେହି ଗାଡ଼ିରୁ ୨୫ କିଲୋ ୮୦୦ଗ୍ରାମ ଗଞ୍ଜେଇ ବାହାରି ଥିଲା। ଏହି ଘଟଣାରେ ଜଣେ ଯୁବକକୁ ଗିରଫ କରିଛନ୍ତି ଅବକାରୀ ବିଭାଗର ମୋବାଇଲ ଟିମ୍ । ଉକ୍ତ ଯୁବକ ଜଣକ ହେଲେ କନ୍ଧମାଳ ଜିଲ୍ଲା ଆଦର୍ଶ ଟାଉନ ଥାନା ଅନ୍ତର୍ଗତ ଆମଲାପଡାର ଏନ୍ ସି ପ୍ରଶାନ୍ତ ଚୌଧିରି । ଏନେଇ ଫୁଲବାଣୀ ଅବକାରୀ ମୋବାଇଲ ଟିମ୍ ପକ୍ଷରୁ ୪୩/୨୦୨୩/୨୪ ଏକ ମାମଲା ରୁଜ୍ଜୁ କରି ଗଞ୍ଜେଇ ଚାଲାଣକାରୀଙ୍କୁ କୋର୍ଟ ଚାଲାଣ କରିଛି। ଅବକାରୀ ଓ ଆଇ ସି ଭବାନୀ ଶଙ୍କର ସେଠୀଙ୍କ ନେତୃତ୍ୱରେ ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର ସୁଜିତ କୁମାର ମୁଦୁଲି, ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର ପ୍ରଦୀପ କୁମାର ମଲ୍ଲିକ ସହ ଅବକାରୀ କନେଷ୍ଟବଳ ସଦାଶିବ ରଣା,ଏମ ସଞ୍ଜୀବ କୁମାର, ସଚିନ ଗୁରୁ, ସଞ୍ଜୀବ ଭୋକ୍ତା ଏହି ପାଟ୍ରୋଲିଂ କରିଥିଲେ ।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories