www.samajalive.in
Saturday, December 6, 2025
14.1 C
Bhubaneswar

ସାପ୍ତାହିକ ବଜାର ଖାଲି….ଚିନ୍ତାରେ ପରିବା ଚାଷୀ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକରେ ଅସହ୍ୟ ତାତି ଯୋଗୁ ଜନ ଜୀବନ ବାଧାପ୍ରାପ୍ତ ହେଉଛି । ଦିନ ୧୦ ଟାରୁ ତାତି ଅନୁଭୂତ ହେଉଥିବାରୁ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇ ପଡ଼ୁଛି। ଟାଣଖରା, ଗ୍ରୀଷ୍ମ ପ୍ରବାହ ଯୋଗୁ ଜୀବନ ଦହଗଞ୍ଜ ହୋଇ ପଡ଼ୁଛି । ରାସ୍ତାଘାଟ ଶୁନ ଶାନ ରହୁଥିବା ବେଳେ ସୋମବାର ସାପ୍ତାହିକ ବଜାର ମଧ୍ୟ ଖାଲି ରହିଥିଲା। ପୂର୍ବରୁ ଏହି ବଜାରରେ ଅତାବିରା ଅଞ୍ଚଳ ତଥା ଆଖ ପାଖ ଅଞ୍ଚଳରୁ କ୍ରେତା ଓ ବିକ୍ରେତାଙ୍କ ଗହଳି ରହୁଥିଲା । କହିବାକୁ ଗଲେ ଏହି ବଜାର ଆଖ ପାଖ ଅଂଚଳର ପରିବା ଚାଷୀ ତଥା ଖୁଚୁରା ବ୍ୟବସାୟୀ ମାନଙ୍କ ପାଇଁ ଏକ ମୁଖ୍ୟ ବଜାର ଭଳି ପରିଲକ୍ଷିତ ହୋଇଥାଏ । କିନ୍ତୁ ପ୍ରବଳ ତାତି ଯୋଗୁଁ ଏହି ବଜାର ସୋମବାର ଖାଁ ଖାଁ ଲାଗୁଥିଲା । ପରିବା ଚାଷୀ ନିଜର ଉତ୍ପାଦିତ ପରିବା ବିକ୍ରି କରିବା ଆଶାରେ ଅସହ୍ୟ ତାତିକୁ ସହି ମୁଣ୍ଡରେ ଓଦାକନା ଦେଇ ଅନାଇ ବସି ରହିଥିଲେ । କିନ୍ତୁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ତେଣୁ ବଜାରରେ କ୍ରୟ ବିକ୍ରୟ ପୁରା ମାନ୍ଦା ଅବସ୍ଥା ରହିଥିଲା। ଫଳରେ ଚାଷୀ ମାନେ ଚିନ୍ତାରେ ରହିଥିଲେ। ତାତିରେ ପରିବା ମଧ୍ୟ ବିକ୍ରି ନହୋଇ ନଷ୍ଟ ହୋଇ ଯାଉଛି।
ଅନ୍ୟପଟେ ଆଖୁରସ, ଲସି, ସରବତ, ଦହିବରା ସମେତ ପଇଡ଼, ଲେମ୍ବୁ, ତରଭୁଜ, କାକୁଡ଼ି ଆଦିର ଚାହିଦା ବଢ଼ି ଚାଲିଛି। ପଇଡ଼ ଗୋଟାକୁ ୪୦ରୁ ୫୦ଟଙ୍କାରେ ବିକ୍ରି ହେଉଥିବାବେଳେ ଲେମ୍ବୁ ଦର ମଧ୍ୟ ଗୋଟିଏ ପ୍ରତି ମଧ୍ୟ ୫ଟଙ୍କାକୁ ଛୁଇଁଛି। ତରଭୁଜ, କାକୁଡ଼ି ଦର ମଧ୍ୟ ସେଭଳି ବୃଦ୍ଧି ପାଇଛି। ବର୍ଷା ଅଭାବରୁ ପନିପରିବା ଦର ମଧ୍ୟ ଆକାଶ ଛୁଆଁ । ପୋଟଳ କେଜି ୬୦ ଟଙ୍କା, ଟମାଟର କେଜି ୪୦ ଟଙ୍କା ,ଅଦା କେଜି ୨୦୦ ଟଙ୍କା, ରସୁଣ ୧୨୦ ଟଙ୍କା । ତାତି କମିବା ବଦଳରେ ବୃଦ୍ଧି ପାଇ ଚାଲିଛି । ଏହା ସହିତ ଅଂଶୁଘାତ ମଧ୍ୟ ବୃଦ୍ଧି ପାଇ ଚାଲିଛି । ଆବଶ୍ୟକତା ଅନୁଯାୟୀ ଜଳ ଛତ୍ରର ବ୍ୟବସ୍ଥ। ସହ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି । ମୌସୁମୀ ଘୁଞ୍ଚି ଘୁଞ୍ଚି ଯାଉଛି। ବର୍ଷାକୁ ଲୋକେ ଚାତକ ପରି ଅନେଇ ରହିଛନ୍ତି। ତେବେ ଆଉ କିଛି ଦିନ ଯଦି ଏମିତି ତାତି ରହିଯାଏ ,ତେବେ ଅଂଶୁଘାତ ପୀଡ଼ିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଅଧିକ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories