www.samajalive.in
Saturday, December 6, 2025
26.1 C
Bhubaneswar

ଅକ୍ଟୋବର ୧୫ରେ ଭାରତ-ପାକ୍‌ ମୁକାବିଲା

ନୂଆଦିଲ୍ଲୀ : ଦିନିକିଆ ହେଉ ବା ଟ୍ବେଣ୍ଟି-୨୦; ଭାରତ-ପାକିସ୍ତାନ ମୁକାବିଲା କଥା ଆସିଲେ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଶିହରଣ ସୃଷ୍ଟି ହୋଇଥାଏ। ସେମାନଙ୍କ ଅପେକ୍ଷା ଅକ୍ଟୋବର ୧୫କୁ। ଏହିଦିନ ଅହମ୍ମଦାବାଦରେ ବିଶ୍ବର ସର୍ବବୃହତ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ୧ ଲକ୍ଷ ୨୦ ହଜାର ଦର୍ଶକଙ୍କ ସମ୍ମୁଖରେ ଭାରତ-ପାକିସ୍ତାନ ବିଶ୍ବକପ୍‌ ମୁକାବିଲା ହେବ। ଅକ୍ଟୋବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ବକପ୍‌ ଆୟୋଜନ ହେବ। ଆଇସିସି ପକ୍ଷରୁ ଏହି ବିଶ୍ବକପ୍‌ର ସମ୍ଭାବ୍ୟ ଖେଳସୂଚୀ ପ୍ରସ୍ତୁତ ହୋଇଛି। ଔପଚାରିକ ଭାବେ ଏହା ଘୋଷଣା ହୋଇନଥିଲେ ମଧ୍ୟ ଏହା ପ୍ରାୟ ଚୂଡ଼ାନ୍ତ ବୋଲି ଏକ ଗଣମାଧ୍ୟମ ଦାବିକରିଛି। ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ଭାଗନେବେ। ଏଥର ନୂଆ ଫର୍ମାଟରେ ବିଶ୍ବକପ୍‌ ଆୟୋଜନ ହେଉଛି। ରାଉଣ୍ଡ ରବିନ୍ ଲିଗ୍‌ରେ ସମସ୍ତ ଦଳ ପରସ୍ପର ବିରୋଧରେ; ଏହିପରି ମୋଟ ୯ଟି ମ୍ୟାଚ୍‌ ଖେଳିବେ। ଲିଗ୍‌ ପର୍ଯ୍ୟାୟର ପ୍ରଥମ ୪ଟି ସ୍ଥାନରେ ଥିବା ଦଳ ସେମିଫାଇନାଲ ଖେଳିବେ।

ବିସିସିଆଇ ଦ୍ବାରା ଏହି ଚିଠା ପ୍ରସ୍ତାବ ବା ଡ୍ରାଫ୍‌ଟ ଖେଳସୂଚୀ ପ୍ରସ୍ତୁତ ହୋଇଛି। ଏହାକୁ ଆଇସିସି ପାଖକୁ ବିସିସିଆଇ ପଠାଇବ। ଆଇସିସି ଏହାକୁ ସମସ୍ତ ପ୍ରତିଯୋଗୀ ଦେଶଙ୍କ ପାଖକୁ ପଠାଇବ। ଏହା ଅନୁମୋଦିତ ହେଲେ ଆସନ୍ତା ସପ୍ତାହରେ ଔପଚାରିକ ଭାବେ ଖେଳସୂଚୀ ଘୋଷଣା କରାଯିବ। ଏହା ଅନୁସାରେ ୨୦୧୯ ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଅକ୍ଟୋବର ୫ରେ ଗତ ବିଶ୍ବକପ୍‌ର ଦୁଇ ଫାଇନାଲିଷ୍ଟ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ୩ ଦିନ ପରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଚେନ୍ନଇରେ ଭାରତ ପ୍ରଥମ ମ୍ୟାଚ୍‌ ଖେଳିବ। ନଭେମ୍ବର ୧୯ରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ତେବେ ନଭେମ୍ବର ୧୫ ଓ ୧୬ରେ ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ। ହେଲେ ଏହାର ସ୍ଥାନ ଚିଠା ପ୍ରସ୍ତାବରେ ଉଲ୍ଲେଖ କରା ଯାଇନାହିଁ। ଏହି ସମ୍ଭାବ୍ୟ ଖେଳସୂଚୀ ଅନୁସାରେ, ଭାରତ ତା’ର ୯ଟିଯାକ ମ୍ୟାଚ୍‌ ୯ଟି ସହରରେ ଖେଳିବ। ପାକିସ୍ତାନ ୫ଟି ସହରରେ ତା’ର ୯ଟି ମ୍ୟାଚ୍‌ ଖେଳିବ। ଏହି ୫ଟି ସହର ହେଲା ଅହମ୍ମଦାବାଦ, ହାଇଦରାବାଦ, ବେଙ୍ଗାଲୁରୁ, ଚେନ୍ନଇ, କଲକାତା। ଅନ୍ୟ ବଡ଼ ମ୍ୟାଚ୍‌ ଭାବେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମୁକାବିଲା ଧର୍ମଶାଳାରେ ଅକ୍ଟୋବର ୨୯ରେ, ଅଷ୍ଟ୍ରେଲିଆ-ଇଂଲଣ୍ଡ ମୁକାବିଲା ଅହମ୍ମଦାବାଦରେ ନଭେମ୍ବର ୪ରେ ଓ ନ୍ୟୁଜିଲାଣ୍ଡ-ଦକ୍ଷିଣ ଆଫ୍ରିକା ମୁକାବିଲା ନଭେମ୍ବର ୧ରେ ପୁଣେରେ ଖେଳାଯିବ। ଏଥର ଦିନିକିଆ ବିଶ୍ବକପ୍‌ର ଚୂଡ଼ାନ୍ତ ଖେଳସୂଚୀ ଘୋଷଣାରେ ଅହେତୁକ ବିଳମ୍ବ ଘଟିଛି। ଗତ ୨ଟି ବିଶ୍ବକପ୍‌ର ଖେଳସୂଚୀ ବର୍ଷେ ଆଗରୁ ଘୋଷଣା ହୋଇଥିଲା। ନିକଟ​‌େ​‌ର ବିସିସିଆଇ ସମ୍ପାଦକ ଜୟ ଶାହା କହିଥିଲେ ଯେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲ ସମୟରେ ବିଶ୍ବକପ୍‌ ଖେଳସୂଚୀ ଘୋଷଣା କରାଯିବ। ହେଲେ ଏହା ହୋଇନାହିଁ। ସପ୍ତାହେ ମଧ୍ୟରେ ଏହା ଘୋଷଣା କରାଯିବ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories