www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରଥମ ଦିଲ୍ଲୀପ ଚାନ୍ଦ ମେମୋରିଆଲ ରାଜ୍ୟସ୍ତରୀୟ କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସମ୍ବଲପୁର: ସମ୍ବଲପୁରର ପୁରାତନ ଖେଳାଳି ସଂଘ ତରଫରୁ ଖ୍ୟାତନାମା ଖେଳାଳି ଦିଲୀପ ଚାନ୍ଦଙ୍କ ସ୍ମୃତିରେ ଦ୍ୱିଦିବସୀୟ ପ୍ରଥମ ଦିଲ୍ଲୀପ ଚାନ୍ଦ ମୋମୋରିଆଲ ରାଜ୍ୟସ୍ତରୀୟ କବାଡି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଫାଟକ ସ୍ଥିତ ଦୁର୍ଗା ପୂଜା ମଣ୍ଡପ ପଡିଆ ଠାରେ ଶନିବାର ଓ ରବିବାର ଦୁଇ ଦିନ ଧରି ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।

ଏହି ପ୍ରତିଯୋଗିତାରେ ରାଜ୍ୟର ୧୭ଟି କବାଡି ଦଳ ଅଂଶ ଗ୍ରହଣ କରୁଛନ୍ତି । ସମ୍ବଲପୁର ତଥା ପଶ୍ଚିମ ଓଡିଶାରେ କବାଡି ଖେଳକୁ ଅଧିକ ଲୋକପ୍ରିୟ ଓ ପ୍ରୋତ୍ସାହିତ କରିବା ପାଇଁ ଆୟୋଜିତ ଏହି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ରୁପେ ପୂର୍ବତନ ଉପ ନଗରପାଳ ସିଦ୍ଧାର୍ଥ ସାହା, ପୂର୍ବତନ ବିଜେଡି ଜିଲା ସଭାପତି ଡ. ପ୍ରମୋଦ ରଥ ଓ ଜିଲା କ୍ରିଡା ସଂଘର ସାଧାରଣ ସମ୍ପାଦକ ସୁନୀଲ ସାହୁ ଯୋଗ ଦେଇଥିଲେ । ପ୍ରଥମ ଦିବସରେ ୧୧ଟି ଦଳ ମଧ୍ୟରେ ୧୦ଟି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ରବିବାର ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନେ ସୂଚନା ଦେଇଛନ୍ତି ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories