www.samajalive.in
Sunday, December 14, 2025
15.1 C
Bhubaneswar

ଆଜି ଭାରତ-ନ୍ୟୁଜିଲାଣ୍ଡ ୨ୟ ଟ୍ବେଣ୍ଟି୨୦

ମାଉଣ୍ଟ ମୌଙ୍ଗାନୁଇ: ପ୍ରଥମ ମ୍ୟାଚ୍‌ ବର୍ଷାରେ ଧୋଇଯିବା ପରେ ରବିବାର ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ଏହା ଏବେ ୨ ମ୍ୟାଚ୍‌ର ଶୃଙ୍ଖଳାରେ ପରିଣତ ହୋଇଛି। ୨ୟ ମ୍ୟାଚ୍‌ରେ ମଧ୍ୟ ବର୍ଷାର ପୂର୍ବାନୁମାନ କରାଯାଇଛି। ଏହି ଶୃଙ୍ଖଳା​ରେ ଟ୍ବେଣ୍ଟି୨୦ କ୍ରିକେଟ୍‌ ପାଇଁ ବ୍ୟାଟ୍‌ସମ୍ୟାନ୍ ଖୋଜିବା ପାଇଁ ଭାରତ ପ୍ରୟାସରେ ରହିଛି। ପୁଣି ହାର୍ଦିକ ପାଣ୍ଡ୍ୟାଙ୍କ ପାଇଁ ଏହି ଶୃଙ୍ଖଳା ସବୁଠାରୁ ବଡ଼ ଅଗ୍ନିପରୀକ୍ଷା ହେବ। ପୂର୍ବରୁ ପାଣ୍ଡ୍ୟା ଆୟରଲାଣ୍ଡ ଓ ଜିମ୍ବାୱେ ଶୃଙ୍ଖଳାରେ ନେତୃତ୍ବ ନେଇଥିଲେ ହେଁ ନ୍ୟୁଜିଲାଣ୍ଡ ଶୃଙ୍ଖଳା ଜିତିବା ତାଙ୍କ ଦଳ ପାଇଁ ସହଜ ହେବନାହିଁ।

ଉଭୟ ନ୍ୟୁଜିଲାଣ୍ଡ ଓ ଭାରତ ଗତ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ସେମିଫାଇନାଲରେ ପରାସ୍ତ ହୋଇଥିଲେ। ୨୦୨୪ ଟ୍ବେଣ୍ଟି୨୦ ବିଶ୍ବକପ୍‌ ପାଇଁ ଭାରତ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବ। ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍‌. ରାହୁଲ, ରବିଚନ୍ଦ୍ରନ୍ ଅଶ୍ବିନ, ମହମ୍ମଦ ସାମିଙ୍କ ପରି ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ଟ୍ରେଣ୍ଟ୍‌ ବୋଲ୍‌ଟ ଓ ମାର୍ଟିନ୍ ଗପ୍‌ଟିଲଙ୍କୁ ଛାଡ଼ି ନ୍ୟୁଜିଲାଣ୍ଡର ପ୍ରମୁଖ ଖେଳାଳି ଦଳରେ ଅଛନ୍ତି। ଓପ୍‌ନିଂ ସ୍ଥାନରେ ଫିନ୍ ଆଲେନ୍ ଓ ମଧ୍ୟକ୍ରମରେ ଗ୍ଲେନ୍‌ ଫିଲିପ୍‌ସ ଦୁଇ ଆକ୍ରମମଣାତ୍ମକ ବ୍ୟାଟ୍‌ସମ୍ୟାନ୍। ଡେଭନ୍ କନ୍‌ୱେ ଓ ଅଧିନାୟକ କେନ୍‌ ୱିଲିୟମ୍‌ସନ ଇନିଂସକୁ ଆଗେଇ ନେବାର ଦାୟିତ୍ବ ସମ୍ଭାଳୁଛନ୍ତି। ଫର୍ମ ଖୋଜୁଛନ୍ତି ୱିଲିୟମ୍‌ସନ। ନୈରାଶ୍ୟଜନକ ଆଇପିଏଲ୍‌ ପରେ ୱିଲିୟମ୍‌ସନ ଆନ୍ତର୍ଜାତିକ ଟି୨୦ରେ ମୋଟ ୨୧୬ ରନ୍‌ କରିଛନ୍ତି। ଗତ ଟି୨୦ ବିଶ୍ବକପ୍‌ରେ ମଧ୍ୟ ସେ ବିଫଳ ହୋଇଥିଲେ। ତେଣୁ ଘରୋଇ ବାତାବରଣରେ ଫର୍ମକୁ ଫେରିବା ଲାଗି ୱିଲିୟମ୍‌ସଙ୍କ ପାଇଁ ଏହା ବଡ଼ ସୁଯୋଗ। ଋଷଭ ପନ୍ତ୍‌ଙ୍କୁ ଟ୍ବେଣ୍ଟି୨୦ ଦଳରେ ନିୟମିତ ସ୍ଥାନ ଦେବା ଲକ୍ଷ୍ୟରେ ଭାରତ ରହିଛି। କାରଣ ଦିନେଶ କାର୍ତ୍ତିକ ଆଉ ଦଳକୁ ଫେରିବାର ନାହିଁ। ତାଙ୍କୁ ଦଳ ଓପନ୍‌ କରାଉଛି ନା ମଧ୍ୟକ୍ରମରେ ଖେଳାଉଛି; ତାହା ଦେଖିବାର କଥା। କାରଣ ପନ୍ତ୍‌ଙ୍କ ବ୍ୟାଟିଂ ଟି୨୦ କ୍ରିକେଟ୍‌ ପାଇଁ ଉପଯୁକ୍ତ। ଆଉ ୩୦ ରନ୍‌ କଲେ ପନ୍ତ୍‌ ୧୦୦୦ ଟ୍ବେଣ୍ଟି୨୦ ରନ୍‌ ପୂରଣ କରିବାରେ ୧୧ଶ ଭାରତୀୟ ହେବ। ସ୍ପିନର ଭାବେ ୟୁଜବେନ୍ଦ୍ର ଚହଲଙ୍କ ସହ ଅଲ୍‌ରାଉଣ୍ଡର ୱାଶିଂଟନ ସୁନ୍ଦର ଖେଳିବେ। କୋହଲିଙ୍କ ସ୍ଥାନରେ ୩ନଂ ସ୍ଥାନ ପାଇଁ ସଞ୍ଜୁ ସାମ୍‌ସନ, ଶ୍ରେୟାସ ଆୟର ଓ ଦୀପକ ହୁଡାଙ୍କ ମଧ୍ୟରେ ମୁକାବିଲା ହେବ। ଶୁବ୍‌ମାନ ଗିଲ୍‌ଙ୍କ ସହ ଦଳକୁ ଫେରିଥିବା ଈଶାନ୍ କିଷନ୍ ଓପନ୍‌ କରିବେ। ବିଶ୍ବକପ୍‌ ସେମିଫାଇନାଲ ଖେଳିଥିବା ନ୍ୟୁଜିଲାଣ୍ଡ ଏକାଦଶରେ ଗୋଟିଏ ପରିବର୍ତ୍ତନ ହେବ। ଟ୍ରେଣ୍ଟ ବୋଲ୍‌ଟଙ୍କ ସ୍ଥାନରେ ପେସ୍ ବୋଲର ଆଡାମ୍ ମିଲ୍‌ନ ଖେଳିବେ। ଛୋଟ ବାଉଣ୍ଡରୀ ଯୋଗୁଁ ମ୍ୟାଚ୍‌ରେ ଅଧିକ ରନ୍‌ ହେବ। ଏଠାରେ ହାରାହାରି ପ୍ରଥମ ଇନିଂସ ସ୍କୋର୍ ୧୯୯। ଏହି ଗ୍ରାଉଣ୍ଡରେ ଫିଲିପ୍‌ସଙ୍କ ପ୍ରଦର୍ଶନ ବେଶ୍‌ ଉଲ୍ଲେଖନୀୟ ରହିଛି। ୨୦୨୨ରେ ସୂର୍ଯ୍ୟକୁମାର ଯାଦବ ବିଶ୍ବରେ ସର୍ବାଧିକ ୬୦ଟି ଛକା ମାରିଛନ୍ତି। ଏଥି​ରେ ସେ ଆଉ କିଛି ଛକା ଯୋଗ କରିବାକୁ ଚାହିଁବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories