www.samajalive.in
Monday, December 15, 2025
16.1 C
Bhubaneswar

ଜୋର ଧରିଲା ଶିକ୍ଷକ ଅଭାବ ସମସ୍ୟା, ଲେଡିଲୁଇସ ବାଳିକା ହାଇସ୍କୁଲରେ ତାଲା

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଅନ୍ୟତମ ପୁରାତନ ଉଚ୍ଚ ବିଦ୍ୟାଳୟ ଲେଡିଲୁଇସ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟା କୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଭିଭାବକମାନେ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇବା ସହ ଧରଣା ଦେଇଥିଲେ। ଖାଲି ପଡିଥିବା ଶିକ୍ଷକ ପଦବୀ ପୁରଣ କରିବା ସହ ଶୀଘ୍ର ପ୍ରଧାନଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକମାନେ ଦାବୀ କରିଥିବା ବେଳେ ଏହି ସମସ୍ୟାର ଶୀଘ୍ର ସମଧାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହଯାଇଛି।

ସମ୍ବଲପୁର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ଅନ୍ୟତମ ସର୍ବ ପୁରାତନ ବାଳିକା ହାଇସ୍କୁଲ ଭାବରେ ପରିଚିତ ଲେଡିଲୁଇସ ବାଳିକା ଉଚ୍ଚ ବିଦ୍ୟାଳୟ ୧୯୪୨ ମସିହା ସ୍ଥାପିତ ହୋଇଥିବା ବେଳେ ଶିକ୍ଷକ ଅଭାବ ସମସ୍ୟାକୁ ନେଇ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଏଣୁ ଅଭିଭାବକ ଓ ଛାତ୍ରଛାତ୍ରୀ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକେଇବା ସହ ଧାରଣା ଦେଇ ପ୍ରତିବାଦ କରିଛନ୍ତି। ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ ସରକାର କିମ୍ବା ପ୍ରଶାସନ ପକ୍ଷରୁ ସ୍କୁଲରେ ବହୁ ମାସ ହେଲା ଲାଗି ରହିଥିବା ଶିକ୍ଷକ ଅଭାବ ଓ ପ୍ରଧାନ ଶିକ୍ଷକଙ୍କ ବଦଳି ସ୍ଥଗିତ କରିବା ସମସ୍ୟାର ସମାଧାନ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଲେଡିଲୁଇସ ବାଳିକା ହାଇସ୍କୁଲର ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବରିଷ୍ଠ ପଦୋନ୍ନତି ଓ ବଦଳି ପରେ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି। ଏହା ଦ୍ବାରା ବିଦ୍ୟାଳୟରେ ମୋଟ ଶିକ୍ଷକ ସଂଖ୍ୟା ୪୦ ସ୍ଥାନରେ ଏବେ ମାତ୍ର ୧୭ ଅଛନ୍ତି। ତେବେ ଛାତ୍ରୀ ସଂଖ୍ୟା ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୮୫୦ ରହିଥିବାରୁ ବର୍ତ୍ତମାନ ଶିକ୍ଷାଦାନରେ ଅଚଳାବସ୍ଥା ଦେଖା ଦେଇଛି। ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୁରଣ ପାଇଁ କର୍ତ୍ତୃପକ୍ଷଙ୍କ ଠାରେ ବାରମ୍ବାର ଅଭିଯୋଗ କରିବା ପରେ ବି କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଥିଲେ ବୋଲି ଅଭିଭାବକମାନେ କହିଛନ୍ତି।

- Advertisement -

ତେବେ ପଦୋନ୍ନତି ହୋଇ ବଦଳି ହୋଇଥିବା ଥିବା ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସ୍ଥାନରେ ଶୀଘ୍ର ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ଦିଆଯିବ। ଏଥି ସହ ଯୁଯୋମୁରା ବଳଦି ହୋଇଥିବା ପ୍ରଧାନଶିକ୍ଷକଙ୍କ ସେଠାରେ ଯୋଗଦାନ କରିବା ପରେ ଲେଡିଲୁଇସ ବାଳିକା ଉଚ୍ଚ ବିଦ୍ୟାଳୟର ଦାୟିତ୍ୱରେ ମଧ୍ୟ ରହିବେ ବୋଲି ସମ୍ବଲପୁର ଏ.ଡି.ଓ ମୂରଲିଧର ବେହେରା କହିଛନ୍ତି। ତେବେ ଖାଲି ପଡିଥିବା ଶିକ୍ଷକ ପଦବୀ ପୁରଣ ନ ହେଲେ ଆଗକୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories