www.samajalive.in
Monday, December 15, 2025
24.1 C
Bhubaneswar

ପଞ୍ଚ ଦିବସୀୟ ନାରୀ ପ୍ରଶିକ୍ଷଣ ଶିବିର ଉଦଯାପିତ

ସମ୍ବଲପୁର: ସମ୍ବଲପୁରର କମଳିବଜାର ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ପଞ୍ଚ ଦିବସୀୟ ନାରୀ ଜାଗରଣ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି। ଉତ୍ତର ପ୍ରଦେଶର ହରିଦ୍ୱାର ସ୍ଥିତ ଶାନ୍ତିକୁଞ୍ଜ ରୁ ଆସିଥିବା ସ୍ୱତନ୍ତ୍ର ପ୍ରଶିକ୍ଷଣ ଦଳ ୫ ଦିନ ଧରି ନାରୀ ଜାଗରଣ ନିମନ୍ତେ ପ୍ରଶିକ୍ଷଣ ଦେଇଥିଲେ। ଏହି ପ୍ରଶିକ୍ଷଣ ଶିବିରର ପ୍ରାତଃ ୫ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଆୟୋଜିତ ହେଉଥିଲା। ଏଥିରେ ସମ୍ବଲପୁର ଜିଲା ଅର୍ନ୍ତଗତ ୯ଟି ବ୍ଲକରୁ ଆସିଥିବା ମହିଳା ପ୍ରଶିକ୍ଷକା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଶିବିରରେ ଜୀବନ ବଞ୍ôଚବାର କଳା, ବେଦମନ୍ତ୍ର ଉଚ୍ଚାରଣ, ପ୍ରଜ୍ଞା ସଙ୍ଗୀତ ଗାନ, ଗାୟତ୍ରୀ ଯଜ୍ଞ ସଞ୍ଚାଳନ, ଯୋଗ ସମେତ ବିଭିନ୍ନ ସଂସ୍କାର କାର୍ଯ୍ୟ ଗୁଡିକର ପ୍ରଶିକ୍ଷଣ ଦିଆଯାଇଥିଲା। ମାନବ ଜୀବନରେ ଯୋଗର ଆବଶ୍ୟକତା ଏବଂ ଆହାର – ବିହାର ସଂଯମ ସମେତ ଆତ୍ମବୋଧ ଓ ତତ୍ୱବୋଧ ସାଧନାର ଅଭ୍ୟାସ କରାଯାଇଥିଲା। ପ୍ରଶିକ୍ଷଣ ଶିବିରରେ ସୁଧା ମହାଜନଙ୍କ ନେତୃତ୍ୱରେ ଚନ୍ଦ୍ରିକା ସାହୁ, ଆରତୀ ଯାଦବ, ବିଘ୍ନେଶ୍ୱର ମହାପାତ୍ର ଓ ବିନୋଜ ମରକାଷ ପ୍ରଶିକ୍ଷଣ ଦେଇଥିଲେ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories